ବିରଜା ମନ୍ଦିରରେ ବାହୁଡ଼ା ଯାତ୍ରା

 ବ୍ୟାସନଗର: ବ୍ୟାସନଗର ସହର ଅନ୍ତର୍ଗତ ମା’ ବିରଜା ମନ୍ଦିରରେ ବଡ଼ ଠାକୁରଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଯାଇଛି । ନଅ ଦିନ ପାଇଁ ବିରଜା ମନ୍ଦିର ମଉସୀ ମା’ ମନ୍ଦିରର ରୂପ ନେଇଥିଲା  । ନଅ ଦିନ ଯାକ ଯଥାବିଧି ପୂଜାର୍ଚ୍ଚନା କରାଯାଉଥିଲା । ପୂଜାକାର୍ଯ୍ୟ ସମାପନ ପରେ ଠାକୁରଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇ ବିରଜାନଗର ଷ୍ଟାଡିୟମ ରୋଡ଼୍ ବଙ୍ଗାଳୀ ସାହି ଲକ୍ଷ୍ମୀନଗର ଦେଇ ସନ୍ଧ୍ୟାରେ ରଥ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିଥିଲା । ଏହି କାର୍ଯ୍ୟରେ କମିଟିର ସମସ୍ତ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ ।