ବିଶାଳ ହିନ୍ଦୁରାଷ୍ଟ୍ର ମହାଧିବେଶନ

 ତାଳଚେର/ଅନୁଗୁଳ : ତାଳଚେର  ଦେଉଳଦେବା ଦୁର୍ଗା ମଣ୍ଡପ ପଡିଆରେ ବିଶାଳ ହିନ୍ଦୁରାଷ୍ଟ୍ର ମହାଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଗୋବର୍ଦ୍ଧନ ପିଠାଧୀଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାଭାଗ ଯୋଗ ଦେଇ ଦିବ୍ୟ ସନେ୍ଦଶ ପ୍ରଦାନ କରିଛନ୍ତି । କେନ୍ଦ୍ରୀୟ ଶାସନତନ୍ତ୍ର ବ୍ୟବସ୍ଥା ଖୁବ୍ଶୀଘ୍ର ଭାରତକୁ ହିନ୍ଦୁ ରାଷ୍ଟ୍ର ରୂପେ ଘୋଷଣା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଧର୍ମ ନିୟନ୍ତ୍ରିତ, ଶୋଷଣ ବିନିର୍ମିତ, ପକ୍ଷପାତ ବିହୀନ, ସର୍ବହିତ ପ୍ରଦ ଶାସନ ବିଧି ବ୍ୟବସ୍ଥା କରିବା ଉପରେ ସେ ଆଲୋକପାତ କରିଛନ୍ତି । ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଜଗତ ଗୁରୁଙ୍କ ଠାରୁ ଆର୍ଶୀବଚନ ଶୁଣିବା ସହ କୃପାଭିକ୍ଷା କରିଛନ୍ତି । ସୁସଂସ୍କୃତ, ସୁରକ୍ଷିତ, ସୁଶିକ୍ଷିତ, ସମ୍ପର୍ଣ୍ଣ ସେବା ପାରାୟଣ  ବ୍ୟକ୍ତି  ତଥା ଆଦର୍ଶ ସମାଜର ସଂରକ୍ଷଣ ବୋଲି ସେ କହିଛନ୍ତି । ରାଷ୍ଟ୍ରୀୟ ନବବର୍ଷ ଅବସରରେ ସଚ୍ଚିଦାନନ୍ଦ ସରସ୍ୱତୀ, ସ୍ୱାମୀ ନିର୍ବିକାଳ୍ପନାନନ୍ଦ  ସରସ୍ୱତୀ, ବହୁ  ସାଧୁସନ୍ଥ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପ୍ରାକ୍ତନ ସାଂସଦ  ମହେଶ ସାହୁ, ନଗରପାଳ ପବିତ୍ର  ଭୁତିଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଆଦିତ୍ୟ ବାହିନୀର ରାଜ୍ୟ ସଭାପତି ପଣ୍ଡିତ ମାତୃପ୍ରସାଦ ମିଶ୍ର ସଂଯୋଜନା କରିଥିଲେ । ହିନ୍ଦୁ ରାଷ୍ଟ୍ର  ମହାଧିବେଶନ କାର୍ଯ୍ୟକ୍ରମର ସଂଯୋଜକ ପର୍ଶୁରାମ ବାରିକ, ବରୁଣ ସାହୁ, ବୃନ୍ଦାବନ ବେହେରାଙ୍କ ସମେତ ଶତାଧିକ କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା । କାର୍ଯ୍ୟକ୍ରମରେ ୧୦ ହଜାରରୁ ଊଦ୍ଧ୍ୱର୍ ଜନ ସମାଗମ ହୋଇଥିଲା ।