ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବିଧାୟକ  ଓ ଦଳିତ ନେତାଙ୍କ ମଧ୍ୟରେ ଟଣାଓଟରା

 ଜଗତସିଂହପୁର : ଜଗତସିଂହପୁରର ସ୍ରଷ୍ଠା ତଥା ପୂର୍ବତନ ମନ୍ତ୍ରୀ, ସାଂସଦ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦୀର୍ଘଦିନ ଜଗତସିଂହପୁର ଦଳିତ ବିକାଶ ପରିଷଦ ସଂଘ ସଭାପତି ଶଙ୍କର ଦାଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ଓ ପୌରପାଳିକ ନିକଟରେ ଦାବିକରି ଆସୁଥିଲେ  । ପ୍ରଶାସନ ଓ ପୌରପାଳିକା କର୍ଣ୍ଣପାତ କରୁନଥିଲେ  । ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଖାସ ଅନୁଗତ ଅମରେନ୍ଦ୍ର ଦାସ ଜଗତସିଂହପୁର ବିଧାୟକ ହେବାର ଦୁଇ ସପ୍ତାହ ମଧ୍ୟରେ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜାଗା ଚିହ୍ନଟ ନିମନ୍ତେ ଜିଲ୍ଲା ପ୍ରଶାସନକୁ ଲେଟର ନମ୍ବର-୧ ୨୦ା୬ା୨୦୨୪ରେ ଚିଠି ଲେଖିଥିଲେ  । ଜଗତସିଂହପୁର ଜଶଲ୍ଲାପାଳ ବିଧାୟକଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେଇ ଡିସେମ୍ବର ୬ା୧୨ା୨୦୨୪ ତାରିଖରେ ଚିଠି ନମ୍ବର ୪୦୯ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜମି ଯୋଗାଇଦେବା ପାଇଁ ଚିଠି ଲେଖିଥିଲେ  । ଏହାସହ ଖୁବ ଶୀଘ୍ର ଜାଗା ନିରୂପଣ ସରିବା ପରେ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ଜଗତସିଂହପୁର ବିଧାୟକଙ୍କୁ ଚିଠି ଦ୍ୱାରା ଜିଲ୍ଲାପାଳ ଜଣାଇଛନ୍ତି  । ଅନ୍ୟପକ୍ଷରେ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ଦାବିରେ ଆସନ୍ତା ୧୮ ତାରିଖ ବୁଧବାର ଦିନ ରାସ୍ତାକୁ ଓହ୍ଲାଇବା ସହିତ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବାକୁ ଦଳିତ ନେତା ଶଙ୍କର ଦାସ ସୂଚନା ଦେଇଛନ୍ତି  । ଦଳିତ ବିକାଶ ପରିଷଦ ପକ୍ଷରୁ ପ୍ରତିମୂର୍ତ୍ତି ସ୍ଥାପନ ଦାବିରେ ବାରମ୍ବାର ଧାରଣା, ଧର୍ମଘଟ ଓ ବିକ୍ଷୋଭ କରାଯାଇଥିଲା  । ୩୦ ଦିନ ତଳେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବାକୁ ଦଳିତ ବିକାଶ ପରିଷଦ ପକ୍ଷରୁ ଜଣାଇ ଦିଆଯାଇଥିଲା  । ଏହି ଖବର ଜିଲ୍ଲାପାଳ ପାଇବାପରେ ୬ ମାସ ତଳେ ବିଧାୟକ ଶ୍ରୀଯୁକ୍ତ ଦାସ ଦେଇଥିବା ଚିଠିକୁ ଗୁରୁତ୍ୱ ଦେଇ ପୌରପାଳିକା କାର୍ଯ୍ୟାଳୟକୁ ତୁରନ୍ତ ଜମି ଯୋଗାଇଦେବା ସହିତ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଚିଠି ଲେଖିଛନ୍ତି  । ଜଗତସିଂହପୁର  ପୌରପାଳିକ ଦଳିତ ବିକାଶ ପରିଷଦ ଦାବୀ ଅଣଦେଖା କରିବାସହିତ ଗୁରୁତ୍ୱ ଦେଇନଥିବା ଆସନ୍ତା ୧୮ ତାରିଖରେ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବା ପାଇଁ ଚେତାବନୀ ଦେଇଛନ୍ତି  । ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ଦେବସହିତ ଏହାର ସମସ୍ତ ନକଲ ମୁଖ୍ୟମନ୍ତ୍ରୀ, କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର, ଜଗତସିଂହପୁର ଜିଲ୍ଲାପାଳ, ଜଗତସିଂହପୁର ଭାରପ୍ରାପ୍ତ ଥାନାଧିକାରୀଙ୍କ ନିକଟକୁ ଚିଠି ପାଠାଯାଇଥିବା ସୂଚନା ଦେଇଛନ୍ତି  ।