ବିଷ୍ଣୁ ସହସ୍ର ନାମଯଜ୍ଞ ଓ ପୁସ୍ତକ ଉନ୍ମୋଚନ ଉତ୍ସବ
ଧର୍ମଶାଳା : ଭାଲୁଖାଇ ଜଗନ୍ନାଥ ମନ୍ଦିର ପରିସରରେ ବାରବାଟୀ ଗୀତା ପରିବାର ପକ୍ଷରୁ ବିଷ୍ଣୁ ସହଷ୍ର ନାମଯଜ୍ଞ ଓ ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପବିତ୍ର ମୋହନ ପଟ୍ଟନାୟକଙ୍କ ରଚିତ ଉଦ୍ଧବଗୀତା ପୁସ୍ତକକୁ ଅତିଥିମାନେ ଉନ୍ମୋଚିତ କରିଥିଲେ । ଏହି ଅବସରରେ ଗୀତାନାମା ବଳି ଅର୍ଜନ, ସୂର୍ଯ୍ୟପୂଜା, ଗୁରୁପୂଜା, ଓଁକାର ସାଧନା, ଇଷ୍ଟ ବନ୍ଦନା ସଂପନ୍ନ ସହିତ ଗୋବିନ୍ଦ ଦାମୋଦର ପୁସ୍ତକ ସମୂହ ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଅନନ୍ତ କିଶୋର ମହାନ୍ତି, ପଣ୍ଡିତ ପ୍ରଫୁଲ୍ଲ ମିଶ୍ର, ଶିକ୍ଷାବିତା ଯୁଧିଷ୍ଠିର ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପୃଷ୍ଟି, ଗଗନ ବିହାରୀ ଜେନା,ମନ୍ଦିର କମିଟି ସଭାପତି ପ୍ରସନ୍ନ କୁମାର ବରାଳ, ସାଧକ ସୁବାସ ପଟ୍ଟନାୟକ, ସରପଂଚ ସୁମିତ୍ରା ସ୍ୱାଇଁ, ଶିକ୍ଷକ ବିଜୟ କୁମାର ଦେବତା, ଫକୀର ମୋହନ ରାଉତ ପ୍ରମୁଖ ଯୋଗଦେଇ ଗୀତା ଯଜ୍ଞ ଉପରେ ଆଲୋକପାତ କରିଥିଲେ । ଗୀତା ପରିଷଦର ସମ୍ପାଦକ ବିଚିତ୍ରାନନ୍ଦ ରାଉତ, ବିଜୟ କୁମାର ରଥ, ଭାଗବତ ପରିଡ଼ା, ମନୋଜ ଦାଶ, ଅନନ୍ତ ସାହୁ, ଅଶୋକ ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।