ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା 

 ହିଞ୍ଜିଳିକାଟୁ:  ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମ୍ୟ ଜଙ୍ଗଲରୁ ହିଞ୍ଜିଳି ପୁଲିସ ଶନିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ବ୍କକ ଦାରୁଭଦ୍ରା ପଞ୍ଚାୟତ ସାପୁଆପଲ୍ଲୀ ଗ୍ରାମର ୱାର୍ଡ ସଭ୍ୟାଙ୍କ ସ୍ୱାମୀ ଗୋବିନ୍ଦ ସେଠି (୪୦) । ଏ ନେଇ ହିଞ୍ଜିଳି ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ପୁଲିସ ମୃତଦେହକୁ ଜବତ କରି  ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ମୃତଦେହ ନିକଟରୁ ପୁଲିଏ ଏକ ବ୍ୟବହୃତ କୀଟନାଶକ ଓøଷଧ ପ୍ୟାକେଟ୍, ଥଣ୍ଡାପାନୀୟ ବୋତଲ, ମୋବାଇଲ ଆଦି ଜବତ କରିଛି । ପ୍ରାଥମିକ ଅନୁସନ୍ଧାନରୁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପୁଲିସ ସନେ୍ଦହ ପ୍ରକାଶ କରିଛି ।