ବିସ୍ଫୋରକ ବ୍ୟବସାୟୀଙ୍କ ପାଖରେ ପହଞ୍ଚିି ପାରିବ ତ ପୁଲିସ? 

 ଯାଜପୁର:  ବେଆଇନ ବିଷ୍ପୋରକ ବ୍ୟବହାର କରାଯାଇ ପାହାଡ଼ ଫଟାଯାଉଛି । ଏ ଅଭିଯୋଗ ବାରମ୍ବାର ହୋଇ ଆସୁଛି । ଅଭିଯୋଗ ଯେତେ ହେଲେ ବି ବିସ୍ଫୋରକ କେଉଁଠୁ ଆସୁଛି, କିଏ ମହଜୁଦ ରଖୁଛି, ତାର ଖୋଳତାଡ଼ ପୁଲିସ ପକ୍ଷରୁ କରାଯାଇନି । କିନ୍ତୁ ଯେତେ ବେଳେ କେଉଁଠି କିଛିଟା ଘଟଣା ଦୁର୍ଘଟଣା ଘଟେ ପୁଲିସ ଚେଇଁ ଉଠିଥାଏ । ତ କେତେ ବେଳେ ବିସ୍ଫୋରକ ପୁଲିସ ହାବୁଡ଼ରେ ପଡ଼ିଗଲେ ବ୍ୟବସାୟୀଙ୍କ ପାଖରେ ପହଞ୍ଚôବାକୁ ମିଳିଥାଏ ପ୍ରତିଶ୍ରୁତି । କିନ୍ତୁ ସେମିତି କିଛି ହୁଏନି । 
ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନ ଜେନାପୁର ଥାନା ଅଞ୍ଚଳରେ ବେଆଇନ ବିସ୍ପୋରକ ବ୍ୟବହାର କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି ହେଉଛି । ପରିବେଶ ପଦୂଷଣ ବ୍ୟାପକ ହେବା ଫଳରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି । ବେଆଇନ ବିସ୍ପୋରକ ଧର୍ମଶାଳା ତହସିଲ ଅଧିନରେ ଅନେକ କଳାପଥର ଖଣି ଲିଜ ଏବଂ ଅଣଲିଜ ଖଣି ଚାଲୁଛି । ଖଣିରୁ ମାତ୍ରାଧିକ କଳାପଥର ଉତ୍ତୋଳନ ପାଇଁ ଖଣି ବ୍ଲାଷ୍ଟିଂରେ ଡ଼ିନାମାଇଟ ବହୁଳ ବ୍ୟବହାର କରାଯାଇ ପଥର ଭଙ୍ଗାଯାଇଥାଏ । ବେଆଇନ ବିସ୍ପୋରକ ସାମଗ୍ରୀ ଆମୋନିଆ, ନାଇଟ୍ରେଟ, ଇଲେକ୍ଟ୍ରିକାଲ ଟୋପି, ବ୍ଲାଷ୍ଟିଂ ମସଲା, ବ୍ଲାଷ୍ଟିଂ ସାର, କଏଲ ଆଦି ବ୍ୟବହାର କରାଯାଇ ପଥର ବ୍ଲାଷ୍ଟିଂ କରାଯାଇଥାଏ । ଯାହାକି ନିୟମ ମୁତାବକ ଡ଼ିନାମାଇଟ ଖଣି ବ୍ଲାଷ୍ଟିଂରେ ବ୍ୟବହାର କରାଯାଇଥାଏ । କେତେ ପରିମାଣର ଡ଼ିନାମାଇଟ ଆସିବ ଏବଂ ତାକୁ ଏକ ଭ୍ୟାନରେ ଯନôର ସହିତ ଖଣିକୁ ଆସିଥାଏ ବିସ୍ଫୋରଣ ପରେ ବଳକା ବିସ୍ଫୋରକକୁ ସେହି ଭ୍ୟାନ ଗାଡ଼ିରେ ନିଆଯାଇ ସୁରକ୍ଷିତ ରଖାଯିବା ଭଳି ନିୟମ ରହିଛି । କିନ୍ତୁ କିଛି ବିସ୍ପୋରକ ବ୍ୟବସାୟୀ ଅଧିକ ଲାଭ ଆଶାରେ ବେଆଇନ ଭାବରେ ବାହାରେ ବିକ୍ରି କରି ଲାଭବାନ ହୋଇଥାନ୍ତି ।ଏହି ଥାନା ଅଧିନରେ ଅନେକ ଖଣିରେ ବେଆଇନ ବିସ୍ପୋରକ କରାଯାଉଥିବା ଅଭିଯୋଗ ହେଉଛି । ଖଣି ବ୍ୟବସାୟୀ ଅଧିକ ଲାଭବାନ ହେବା ଆଶାରେ ନିୟମକୁ ଉଲ୍ଲଂଘନ କରି ଦିନ ରାତି ଖଣିରେ ଡ଼ିନାମାଇଟ ବିସ୍ପୋରଣ କରିଥାନ୍ତି । ଅନେକ ଖଣିରେ ଡ଼ିନାମାଇଟ ବିସ୍ପୋରଣରେ ମୃତୁ୍ୟ ବରଣ କରିଥିବାର ଉଦାହରଣ ମଧ୍ୟ ରହିଛି । ଚଳିତ ୧୮ ଜାନୁଆରୀ ଜେନାପୁର ପୁଲିସ ବିଛାଖଣ୍ଡି ଅଞ୍ଚଳରୁ ବେଆଇନ ଖଣି ଉପରେ ଚଢ଼ଉ କରିଥିଲା । ଉକ୍ତ ଖଣିରୁ ବିପୁଳ ପରିମାଣର ବ୍ଲାଷ୍ଟିଂ ପାଇଁ ବ୍ୟବହୃତ ହେବାକୁ ଥିବା ବିସ୍ଫୋରକ ସାମଗ୍ରୀ, ବ୍ଲାଷ୍ଟିଂରେ ନିୟୋଜିତ କମ୍ପ୍ରେସର ମେସିନ ଏବଂ ୨ଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା । ନୂତନ କରି ଜେନାପୁର ଥାନାକୁ ଆସିଥିବା ଥାନା ଅଧିକାରିଣୀ ନିରୁପମା ଜେନା ଖାଲି ଗିରଫ କରି କାମ ସାରି ଦେଇଛନ୍ତି । ବେଆଇନ ବିସ୍ଫୋରକ ବ୍ୟବସାୟୀ ପାଖରେ ପୁଲିସ ଏପର୍ଯ୍ୟନ୍ତ ନ ପହଞ୍ଚô ପାରିବା ଘଟଣା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି ।