ବୁଦ୍ଧଖୋଲରେ ପର୍ଯ୍ୟଟକଙ୍କ ଭିଡ଼
ବୁଗୁଡ଼ା: ଇଂରାଜୀ ନବ ବର୍ଷର, ଆଦ୍ୟ ଦିବସରେ ଏଠାକାର ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ବୁଦ୍ଧଖୋଲର ପଞ୍ଚଶମ୍ଭୁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ପାଦଦେଶସ୍ଥ ଶିବପାର୍ବତୀଙ୍କ ମୂର୍ତ୍ତି ନିକଟରେ ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥିଲା । ଏଥସହ ସୁଉଚ୍ଚ ହନୁମାନ ମୂର୍ତ୍ତି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା । ବହୁ ସଂଖ୍ୟକ ପର୍ଯଟକ ଜଳ ପ୍ରପାତ ସ୍ନାନର ମଜା ଉଠାଉ ଥିବାବେଳେ ଅଧିକାଂଶ ପର୍ଯ୍ୟଟକ "ଆଇ ଲଭ୍ ବୁଦ୍ଧଖୋଲ’ ଲେଖା ନିକଟରେ ନିଜ ନିଜର ଫଟୋ ଉତ୍ତୋଳନ କରି ଆନନ୍ଦିତ ହେଉଥିଲେ । ଫଳରେ ବୁଦ୍ଧଖୋଲ ପାଦଦେଶ ଲୋକାରଣ୍ୟରେ ପରିଣତ ହୋଇଯାଇଥିଲା । ତେବେ ସେଠାରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଯାନବାହାନ ନିୟନ୍ତ୍ରଣ ପାଇଁ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ସୁବନେ୍ଦାବସ୍ତ କରାଯାଇଥିଲା । ସେହିପରି ନୂତନ ବର୍ଷର ପହିଲି ଦିନରେ ବୁଗୁଡ଼ା ସହରର ବିରଞ୍ଚି ନାରାୟଣ ମନ୍ଦିର ଏବଂ ବଳଦେବ ମନ୍ଦିରରେ ଠାକୁର ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ।