ବେଆଇନ ପଥରଖଣିରେ  କାର୍ଯ୍ୟରତ ବୃଦ୍ଧଙ୍କ ମୃତୁ୍ୟ


 ହିନେ୍ଦାଳ : ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳ ନିର୍ବାଚନ ମଣ୍ଡଳୀରେ ଅନେକ ପଥରଖଣି ବେଆଇନ ଭାବରେ ଚାଲୁଥିବାବେଳେ ସେଥିରେ ଅନେକ ମୃତାହତ ଘଟୁଥିବା ସୂଚନା ମିଳୁଥିବାବେଳେ ଖଣିରେ ଦୁର୍ଘଟଣାକୁ ରଫାଦଫା କରି ଚପାଇଦିଆଯାଉଥିବା ଅଭିଯୋଗ ହୋଇଛି  । ମୋଟୋଙ୍ଗା ଥାନା ଘୋଡାଡିଆଁ ଗ୍ରାମର ଯୋଗେଶ୍ୱର ନାଏକ(୭୪) ହିନେ୍ଦାଳ ତହସିଲ ରସୋଳ ଥାନା କାରନ୍ଦା ମାଡୁଆ ରାଇସମିଲ ନିକଟରେ ଥିବା ଏକ ବେଆଇନ ପଥର ଖଣିରେ ଶ୍ରମିକ ଭାବରେ କାମ କରୁଥିବାବେଳେ ହଟାତଉପରୁ ବଡବଡ଼ ପଥର ଖସିପଡ଼ିବାରୁ ଖଣି ଭିତରେ ବୃଦ୍ଧଙ୍କ ମୃତୁ୍ୟ ଘଟିଥିବା ସ୍ଥାନୀୟ ଅଞ୍ଚଳବାସି ସନେ୍ଦହ କରିଛନ୍ତି  । ଖଣିଟି କାରନ୍ଦା ମାଡୁଆ ଅଞ୍ଚର ସନ୍ତୋଷ ରାଉତଙ୍କର ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି । ଏନେଇ ପୁଲିସ ପାଖରେ ସୂଚନା ନଥିବା ଓ ନପହଂଚିବା ସହ ଶବସାଥିରେ ଥିବା କିଛି ସନେ୍ଦହଜନକ ବ୍ୟକ୍ତିମାନେ ଯୋଗେଶ୍ୱର ଟ୍ରକ ଦୁର୍ଘଟଣାରେ ମରିଥିବା କହି ସନେ୍ଦହଜନକ ଭାବରେ କାହାକୁ ଯୋଗାଯୋଗ କରୁଥିବା ସନେ୍ଦହକୁ ବଢ଼ାଇଦେଇଛି । ତେବେ ସଠିକ ଭାବରେ ତଦନ୍ତ ହୋଇ ସଠିକ ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଅଞ୍ଚଳବାସି ପ୍ରକାଶ କରିଛନ୍ତି ।