ବେଆଇନ ପାର୍କିଂ ପାଇଁ ବଢୁଛି ଦୁର୍ଘଟଣା
ପାଣିକୋଇଲି: ପାଣିକୋଇଲି ଛକରୁ ଯାଜପୁର ରୋଡ ୨୦ ନମ୍ୱର ଜାତୀୟ ରାଜପଥରେ ବେଆଇନ ପାର୍କିଂ ଯୋଗୁ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି । ଦୁର୍ଘଟଣା କାରଣରୁ କେତେ କେତେ ନିରୀହ ଜୀବନ ଯାଉଛି । ୨୦ ନମ୍ୱର ଜାତୀୟ ରାଜପଥ ପାଣିକୋଇଲିଠୁ ଯାଜପୁର ଯିବା ଦକ୍ଷିଣ ପାର୍ଶ୍ୱରେ ଅନେକ ଶିଳ୍ପ ସଂସ୍ଥା ଗଢିଉଠିଛି । ହେଲେ ସେମାନଙ୍କର ପାର୍କିଂର ସୁବିଧା ନ ଥିବାରୁ ଶତାଧିକ ଟ୍ରକ୍ ରାସ୍ତାଉପରେ ଠିଆ ହୋଇ ରହୁଛି । ଯାହା ଦିନେ କି ଦୁଇ ଦିନ ନୁହେଁ ତାଙ୍କ କାମ ନସରିବା ପର୍ଯ୍ୟନ୍ତ ସେଇଭଳି ରାସ୍ତା ଉପରେ ଠିଆ ହୋଇ ରହୁଛି । ଏହା ପୁଣି ରାତିଦିନ ସବୁବେଳେ ରହିବା ଦ୍ୱାରା ପ୍ରତ୍ୟେକ୍ ଦିନ ଦୁର୍ଘଟଣା ବଢିବା ସହିତ ଅନେକ ସଂସାର ଉଜୁଡ଼ି ଗଲାଣି । ଏସବୁ ବଡ଼ବଡ଼ ଶିଳ୍ପମାନ କାହା ସ୍ୱାର୍ଥରେ ଖୋଲାଯାଇଛି । ଯଦି ତାଙ୍କର ପାର୍କିଂର ସୁବିଧା ନାହିଁ ତାହେଲେ ରାଜ ରାସ୍ତାରେ ପାର୍କିଂ କାହା ନିଦେ୍ର୍ଦଶରେ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ପ୍ରଶାସନ ନିରବତା ଦୁର୍ଘଟଣାର କାରଣ ପାଲଟୁଛି । ପ୍ରତ୍ୟେକ ଦିନ ପାଟ୍ରୋଲିଂ କରୁଛି କ’ଣ ଯଦି ପ୍ରଶାସନର ଉଚ୍ଚ ଅଧିକାରୀଙ୍କ ଜୀବନ ସେ ରାସ୍ତା ଉପରେ ଯାଉଛି ତାହେଲେ ସାଧାରଣ ଲୋକଟିଏ ବଞ୍ଚôବା କଷ୍ଟ ହୋଇପଡିଛି । ଏଥିପ୍ରତି ପ୍ରଶାସନ ନଜର ରଖିବାକୁ ପଡ଼ିବ ନହେଲେ ବେଆଇନ ପାର୍କିଂ ପାଇଁ ନିରିହ ଜୀବନ ଯେଭଳି ଯାଉଛି, ସେଭଳି ଯିବ ।