ବେଗୁନିଆରେ ସୁନିଆ ପର୍ବ
ାା ପ୍ରଭାନୁ୍ୟଜ୍ ।ା ତିର୍ତ୍ତୋଲ : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ପଞ୍ଚାୟତ ବେଗୁନିଆ ଗ୍ରାମରେ ପ୍ରତି ବର୍ଷ ଭଳି ସୁନିଆ ପର୍ବ ପାଳିତ ହୋଇଯାଇଛି । ଗ୍ରାମେଶ୍ୱର ମହାଦେବ ତିନିଛକ ଠାରେ ହୋମ ଯଜ୍ଞ ଓ ନାମ ସଂକୀର୍ତ୍ତନ ସହ ଶେଷରେ ପଣା ହାଣ୍ଡି ରାତ୍ର ନିର୍ଜନ ପ୍ରହରରରେ ଚଣ୍ଡି ଚାମୁଣ୍ଡାଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିଲା । ପ୍ରାୟ ଏକଶହ ବର୍ଷରୁ ଉର୍ଦ୍ଧ ହେବ ଗ୍ରାମରେ ହଇଜା ଲାଗିଥିଲା । ଏଥିରୁ ରକ୍ଷା ପାଇବା ମହାଦେବଙ୍କ ଶରଣ ପଶିଥିଲେ । ପ୍ରଭୂଙ୍କ ସ୍ୱପ୍ନାଦେଶରେ ସେହି ଦିନ ଠାରୁ ଗ୍ରାମର ସମସ୍ତ ଲୋକ ଓ ଗୃହପାଳିତ ପଶୁଙ୍କ ମୁଣ୍ଡ ପିଛା ଚାନ୍ଦା ଆଦାୟ କରାଯାଇ ଏହି ସୁନିଆ ପର୍ବ ପାଳିତ ହୋଇ ଆସୁଛି । ଗ୍ରାମର ଯଶୋବନ୍ତ ରାଉତ, ଯୁଗଳ ବାରିକ, ବିପିନ ବିହାରୀ ନାୟକ, ଲିଙ୍ଗରାଜ ରାଉତ, ପଦ୍ମନାଭ ରାଉତ, ପ୍ରତାପ ରାଉତ ଓ ସନ୍ତୋଷ ପାତ୍ରଙ୍କ ସମେତ ଗ୍ରାମବାସୀ ପରିଚାଳନା କରିଥିଲେ ।