ବେଦବ୍ୟାସଙ୍କ ଜନ୍ମୋତ୍ସବ ପାଳନ
ବ୍ୟାସନଗର : ବ୍ୟାସ ସରୋବର ରାଘୁଜୀ ଗୋସାଇଁଙ୍କ ପୀଠରେ ମହର୍ଷି ବେଦବ୍ୟାସଙ୍କ ଜନ୍ମ ଦିବସ ପାଳନ ହୋଇଯାଇଛି । ବ୍ୟାସ ଭୂମି ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜ୍ଞାନରଞ୍ଜନ ରାଉତ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୂଜାର୍ଚ୍ଚନା ଓ ବୈଦିକ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା । ବ୍ୟାସନଗର ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗ ଦେଇ ବେଦବ୍ୟାସଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ । ଭାରତ ବର୍ଷର ଯେତେ ମହାପୁରୁଷ ଅଛନ୍ତି କୃଷ୍ଣ ଦୈପାୟନ ମହର୍ଷି ବେଦବ୍ୟାସଙ୍କ ଭଳି କେହି ସାତ୍ୱିକ ତତ୍ୱଜ୍ଞାନ ପ୍ରଦାନ କରି ନାହାନ୍ତି । କେଉଁ ଅନାଦି ଅନନ୍ତ କାଳରୁ ଭାରତରେ ଗୁରୁ ପରମ୍ପରା ରହି ଆସିଛିା ମହାଭାରତ ଓ ଅଷ୍ଟାଦଶ ପୁରାଣର ରଚୟିତା,ବେଦର ବିଭାଗ କର୍ତ୍ତା ବ୍ୟାସଙ୍କୁ ଜଗତର ଗୁରୁ ଏବଂ ବ୍ୟାସ ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା କୁହାଯାଏ ବୋଲି ବକ୍ତାମାନେ କହିଥିଲେ । ଶିକ୍ଷାବିତ୍ ଡଃ ଦୁଷ୍ମନ୍ତ କୁମାର ନାୟକ, ଆଡଭୋକେଟ୍ ରଜତ କୁମାର ରାଉତ, ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଗୟାଧର ନନ୍ଦ, ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ, ଅଶୋକ ବୋଷ, ଅବସରପ୍ରାପ୍ତ ସେନା ଅଧିକାରୀ ଅଶୋକ କୁମାର ପତି, ମାନବାଧିକା କର୍ମୀ ଡଃ ସୁରେଶ କୁମାର ହୋତା, ବିଶ୍ୱମ୍ବର ରାଉତ, ଲକ୍ଷ୍ମୀଧର ଦାସଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ମନ୍ଦିର ପୂଜକ ଗୋବିନ୍ଦ ଚନ୍ଦ୍ର ଦାଶ