ବୈଠକ ଗୃହ ନିର୍ମାଣ ଦାବି
ଖଣ୍ଡପଡ଼ା : ଖଣ୍ଡପଡ଼ା ଅଞ୍ଚଳରେ ଦୀର୍ଘ ବର୍ଷ ଧରି ସାମାଜିକ କାର୍ଯ୍ୟରେ ନିୟୋଜିତ ଯୁବକ ସଂଘର ଏକ ବୈଠକ ଗୃହ ନିର୍ମାଣ ନିମନ୍ତେ ସଂଘ ର ସଦସ୍ୟ ମାନେ ଦାବି କରିଆସୁଛନ୍ତି । ବୈଠକ ଗୃହ ଟିଏ ନଥିବାରୁ ସଂଘର ସଭ୍ୟ ମାନେ ଏଣେ ତେଣେ ବସି ବିଭିନ୍ନ ସମୟରେ ଆଲୋଚନା କରୁଥିବା ଜଣାପଡିଛି । ଏଥିପ୍ରତି ଖଣ୍ଡପଡ଼ା ତହସିଲ ପ୍ରଶାସନ ଦୃଷ୍ଟି ଦେଇ ବୈଠକ ଗୃହ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ସରକାରୀ ଜାଗା ଯୋଗାଇ ଦେବାକୁ ଖଣ୍ଡପଡ଼ା ସହରର ଯୁବକ ସଂଘ ପକ୍ଷରୁ ଦାବି କରିଛନ୍ତି ।