ବ୍ରାଉନସୁଗାର ଜବତ, ୧ ଗିରଫ

କଟକ: ନିଶା ବେପାର କରିବା ଅଭିଯୋଗରେ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ସ୍ଥାନୀୟ ସିଡ଼ିଏ ୬ ଅଞ୍ଚଳରୁ ଜଣକୁ ଗିରଫ କରିଛି  । ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲ୍ଲା ସିମୁଳିଆ ପୁଲିସ ଷ୍ଟେସନ ଅନ୍ତର୍ଗତ ଆନନ୍ଦପୁର ଶାସନର ମନୋଜ କୁମାର ଉପାଧ୍ୟାୟ (୩୮) । ରାଜ୍ୟ ଅବକାରୀ କମିଶନର ପି ଅନଭେସା ରେଡ଼ିଙ୍କ ନିଦେ୍ର୍ଦଶକ୍ରମେ ଫ୍ଲାଇଙ୍ଗ ସ୍କ୍ୱାର୍ଡ଼ ସୁପରିଟେଣ୍ଡେଣ୍ଟଣ୍ଟ ତେଜରାଜ ଜାନିଙ୍କ ତିତ୍ତ୍ୱ୍ାବଧାନରେ ଏକ ଅବକାରୀ ଟିମ ସ୍ଥାନୀୟ ସିଡ଼ିଏ ୬ ଅଞ୍ଚଳରେ ଚଢ଼ାଉ କରିଥିଲେ । ଏହି ସମୟରେ ବ୍ରାଉନ ସୁଗାର ରଖିବା ଓ ବ୍ୟବସାୟ କରିବା ଅଭିଯୋଗରେ ଅବକାରୀ ପୁଲିସ ମନୋଜ କୁମାର ଉପାଧ୍ୟାୟଙ୍କୁ ଘଟଣା ସ୍ଥଳରୁ ଗିରଫ କରିଥିଲା । ନିଶା ବେପାରୀ ମନୋଜଙ୍କ ନିକଟରୁ ୧୭୮ଗ୍ରାମ ବ୍ରାଉନସୁଗାର ଜବତ କରିଥିଲ । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୮ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହାଛଡ଼ା ପୁଲିସ ଅଭିଯୁକ୍ତଙ୍କଠାରୁ ଏକ ପଲସର ମୋଟର ସାଇକେଲ (ଓଡ଼ି୨୧କେ୯୧୦୬) ଜବତ କରିଛି ।