ବ୍ରିଜ ନିର୍ମାଣ ପାଇଁ ଦାବି
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଡୁଆଝର, ନାଗପଡା,ଦାବିରି ଓ ଲରକା ଅଞ୍ଚଳର ଜନ ସାଧାରଣ ଡୁଆଝର ଠାରୁ ଲରକା ଭାୟା ଡୁଆଝର ନାଗପଡା ଓ ଦାବିରି ଦେଇ ଯାଇଥିବା ରାସ୍ତା ଯାହାକି ଡୁଆଝର ଓ ନାଗପଡା ମଝିରେ ଏକ ଜୋର(ନାଲା) ପଡୁଛି । ଫଳରେ ବର୍ଷା ଦିନରେ ଉକ୍ତ ଜୋର(ନାଲା)ରେ ଡୁଆଝର ପ୍ରୋଜେକ୍ଟ ଓ ରାଜା ସାଗରର ପାଣି ପ୍ରବାହିତ ହେଉଥିବାରୁ ଯିବା ଆସିବା ପାଇଁ ବାଧକ ସୃଷ୍ଟି କରିଥାଏ । ଯାହା ଫଳରେ ସ୍ଥାନୀୟ ଜନ ସାଧାରଣ ନାହିଁଥିବା ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ଓ ବାଧ୍ୟ ହୋଇ ନାଗପଡା,ଦାବିରି ଓ ଲରକା ଯିବାକୁ ହେଲେ ଖଡ଼ିଆଳ ଦେଇ ୧୫ ରୁ ଅଧିକ କିଲୋମିଟର ଦୁରତା ଅତିକ୍ରମ କରିଯିବାକୁ ପଡିଥାଏ । ଏହା ସହ ନାଗପଡାର ଛାତ୍ରଛାତ୍ରୀ ବର୍ଷା ଦିନ ଆସିଗଲେ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଯାଇପାରନ୍ତି ନାହିଁ ଓ ଶିକ୍ଷା ଦାନରୁ ବଞ୍ଚିତ ହୋଇଥାନ୍ତି । ତତ୍ ସହିତ ଡୁଆଝର ଅଧିକାଂଶ ଚାଷୀ ବର୍ଷା ଦିନେ ଅତ୍ୟଧିକ ପାଣି ପ୍ରବାହିତ ହେଉଥିଲେ ମଧ୍ୟ ଉକ୍ତ ନାଲା ପାର ହୋଇ ଚାଷ କାର୍ଯ୍ୟ କରିବା ପାଇଁ ନିଜ ନିଜ ଚାଷ ଜମିକୁ ଯାଇଥାନ୍ତି । ଯାହା ଫଳରେ ଚାଷୀ ସମେତ ଜନ ସାଧାରଣଙ୍କ ଜୀବନ ହାନି ହେବାର ସମ୍ବାବନା ରହିଛି । ଏ ବିଷୟରେ ସ୍ଥାନୀୟ ଜନ ସାଧାରଣ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ଏହାର ତୁରନ୍ତ ସମାଧାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ସମାଧାନ ନ ହେଲେ ଆଗାମୀ ଦିନରେ ଆନେ୍ଦାଳନ କରିବା ପାଇଁ ବାଧ୍ୟ ହେବେ ବୋଲି ଡୁଆଝର ଗ୍ରାମର ଚାଷୀ ସଞ୍ଜୟ କୁମାର ମେହେର,ଭୋଳା ନାଗ, ଉପେନ୍ଦ୍ର ମେହେର ସମେତ ୧୦୦ ରୁ ଉର୍ଦ୍ଧ୍ୱ ଚାଷୀ ଚେତାବନୀ ଦେଇଛନ୍ତି ।