ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା
ଛତ୍ରପୁର : ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିୟମ ପରିସରରେ ଛତ୍ରପୁର ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜିତ କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଅନସ୍ଲୋ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ଛତ୍ରପୁର ବ୍ଲକର ୪ ଟି ଜୋନସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାୟ ୩୦୦ରୁ ଜଣ ବାଳକ/ ବାଳିକାମାନେ ଭାଗ ନେଇଥିଲେ । ସେମାନେ କ୍ରିକେଟ, କବାଡି, ଖୋ ଖୋ, ଦୌଡ଼କୁଦ, ସଟଫୁଟ, ଲମ୍ବଜମ୍ପ, ହାଇଜମ୍ପ ଭଳି ବିଭିନ୍ନ ଖେଳରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଖେଳାଳୀମାନେ ଜିଲ୍ଲାସ୍ତରରେ ଖେଳିବା ପାଇଁ ଚୟନ ହୋଇଥିଲେ ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ରବିନ୍ଦ୍ର ନାଥ ଦାଶ, ଭଞ୍ଜ କିଶୋର ବିଶ୍ୱାଳଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମସ୍ତ କ୍ରୀଡା ଶିକ୍ଷ ମାନେ ପରିଚାଳନାରେ ସହଯୋଗ କରିଥିଲେ ।