ବ୍ଲକ୍ କୃଷି ଅଧିକାରୀଙ୍କ ଅସଦାଚରଣ ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇଲେ କୃଷକ ସାଥି
ବନ୍ତ: ବନ୍ତ ବ୍ଲକ୍ରେ କାର୍ଯ୍ୟରତ ବ୍ଲକ୍ କୃଷି ଅଧିକାରୀ ତୁଷାରକାନ୍ତ ପତିଙ୍କର କୃଷକ ସାଥୀମାନଙ୍କୁ ଅସଦାଚରଣ, ଅସହଯୋଗ, ସରକାରୀ ଯୋଜନାରେ କୃଷକସାଥୀଙ୍କ ଅଗୋଚରରେ କୃଷି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇଲେ କୃଷକ ସାଥି । ଗତ୧୮ତାରିଖ ବ୍ଲକ୍ କୃଷି ଅଧିକାରୀ ତୁଷାରକାନ୍ତ ପତି, କୃଷକସାଥୀମାନଙ୍କର ବୈଠକ ଡକାଇଥିଲେ । ଏହି ବୈଠକରେ କୃଷି ବିଭାଗକୁ ଲୋକମାନେ ଚୋର ବୋଲି କହୁଥିବାର କହି ସେ କୃଷକସାଥୀମାନଙ୍କୁ ଚୋର ବୋଲି ଆଖ୍ୟା ଦେଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି କୃଷକ ସାଥି ।
ଚଳିତ ବର୍ଷ ରବି ଫସଲ କାର୍ଯ୍ୟକ୍ରମରେ କୃଷକସାଥୀମାନଙ୍କ ଅଗୋଚରରେ କେତେଜଣ ଭି.ଏ.ଡବ୍ଲୁ୍ୟ. ସରପଂଚ ଓ ଅନ୍ୟ ଏନ.ଜି.ଓ. ସହଯୋଗୀମାନଙ୍କ ଦ୍ୱାରା ବିହନ ବଂଟନ ଓ ସଚେତନତା କାର୍ଯ୍ୟକ୍ରମ କରାଯାଇ ପଛରେ ରିଭୁ୍ୟ ମିଟିଂ ଡକା ଯାଇଥିଲା । ଏହି ମିଟିଂରେ କୃଷକସାଥୀମାନଙ୍କର କାର୍ଯ୍ୟ, ଦାୟୀତ୍ୱ, ନିଯୁକ୍ତି ଓ ବହିଷ୍କାର ସମ୍ବନ୍ଧରେ ଅଯଥା କହି ନିଜର ଆଧିପତ୍ୟ ଓ କ୍ଷମତା ପ୍ରଦର୍ଶନ କରିବାରୁ ଆମ୍ଭେ କୃଷକସାଥୀମାନେ ବୈଠକ ବର୍ଜନ କରିଥିବା କହିଛନ୍ତି କୃଷକ ସାଥି । ଏହି ବ୍ଲକ୍ କୃଷି ଅଧିକାରୀ ପୂର୍ବରୁ ୧୦ ବର୍ଷ ଧରି ସହକାରୀ କୃଷି ଅଧିକାରୀ ଭାବେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ରେ ରହି ବହୁ ଦୁର୍ନୀତିରେ ସଂପୃକ୍ତ ରହି ଆସିଛନ୍ତି । ଜଣେ କୃଷି ଅଧିକାରୀ କିପରି ୧୦ ବର୍ଷ ହେଲା ଗୋଟିଏ ବ୍ଲକ୍ରେ କାର୍ଯ୍ୟ କରୁଛନ୍ତି ଏବଂ ରାଜନୈତିକ ଓ ଉତ୍କୋଚର ପ୍ରଭାବ ପକାଇ ମାତ୍ର କିଛି ମାସ ପାଇଁ ଭଦ୍ରକ ସମେତ ଅନ୍ୟ ଜିଲ୍ଲାକୁ ନିଜର ବଦଳି କରାଇ ପୁନର୍ବାର ବନ୍ତ ବୃକ୍କୁ ପଦୋନ୍ନତିରେ ଆସିଛନ୍ତି, ତାହା ବିଚାର ଯୋଗ୍ୟ ଅଟେ ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି । ସମସ୍ତ କୃଷକସାଥୀମାନେ ଦୀର୍ଘ ବର୍ଷ ଧରି ନିଷ୍ଠାର ସହ କାର୍ଯ୍ୟ କରି ସ୍ଥାନୀୟ କୃଷକମାନଙ୍କର ସହାୟତା କରିବା ସଂଗେ ସଂଗେ କୃଷକମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ଯୋଜନାର ସଫଳ ରୂପାୟନ ଦିଗରେ କାର୍ଯ୍ୟ କରି ଆସୁଅଛୁ ବୋଲି ଦାବି କରିଛନ୍ତି କୃଷକ ସାଥି । ଏଭଳି ଘଟଣା ଦ୍ୱାରା ଆମ୍ଭମାନଙ୍କର ମନୋବଳ ଭାଙ୍ଗି ପଡ଼ିଛି । ଏଣୁ, ଏହି ବ୍ଲକ କୃଷି ଅଧିକାରୀଙ୍କର କାର୍ଯ୍ୟ ଓ ଦକ୍ଷତା ସନ୍ତୋଷଜନକ ନଥିବାରୁ ତାଙ୍କୁ ବନ୍ତ ବ୍ଳକ୍ରୁ ଯଥାଶୀଘ୍ର ଅନ୍ୟତ୍ର ବଦଳି କରାଯାଉ ବୋଲି ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ ଲିଖିତ ଅଭିଯୋଗରେ ଜଣାଇଛନ୍ତି କୃଷକ ସାଥି । ଏ ବିଷୟରେ କୃଷି ଅଧିକାରୀ ତୁଷାରକାନ୍ତ ପତିଙ୍କୁ ପଚାରିବାରୁ ସେ ମିଥ୍ୟା କହି ଖଣ୍ଡନ କରିଥିଲେ ।