ବ୍ୟାସନଗର ବିଜେଡିରେ କୁହୁଳୁଛି ଅସନ୍ତୋଷ : ତୀବ୍ର ହେଉଛି ସଙ୍ଗୀତା ହଟାଅ ଅଭିଯାନ
ବ୍ୟାସନଗର: ବିଜେଡି ଦଖଲରେ ରହିଛି ବ୍ୟାସନଗର ପୌର ପରିଷଦ । କିନ୍ତୁ ପୌର ଦଖଲରେ ଥିବା ବିଜେଡିରେ ଅସନ୍ତୋଷ ତିବ୍ରତର ହେବାରେ ଲାଗିଛି । ପୌରାଧ୍ୟକ୍ଷା ଏବଂ ବିଜେଡି ପାରିଷଦଙ୍କ ମଧ୍ୟରେ ଚାଲିଆସିଥିବା ଛକାପ‚ା କୌଣସି ବି ସମୟରେ ବିଷ୍ପୋରକ ରୁପ ନେଇପାରେ । ଏଭଳି ଚର୍ଚ୍ଚା ପୌରାଞ୍ଚଳର ଗଳିକନ୍ଦିରେ ହେବାରେ ଲାଗିଛି । ପୈାରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ଦଳିୟ ପାରିଷଦଙ୍କୁ ବିଶ୍ୱାସକୁ ନେଇ କାର୍ଯ୍ୟ କରିବା ବଦଳରେ ମନମାନି ଚଲାଇଥିବାରୁ ଗଲା କିଛି ମାସ ଧରି ଦଳର ସଂଖ୍ୟାଧିକ ପାରିଷଦ ଅସନ୍ତୁଷ୍ଟ ହୋଇ ରହିଛନ୍ତି । ଗଲା ଡ଼ିସେମ୍ବର ମାସରେ ବିଜେଡ଼ି ପାରିଷଦ ଏକାଠି ହୋଇଥିଲେ । ହେଲେ କୈାଣସି କଠୋର ନିଷ୍ପତି ନେବା ପୂର୍ବରୁ ଅଧ୍ୟକ୍ଷାଙ୍କୁ ଆଉ ଗୋଟିଏ ସୁଯୋଗ ଦେବାକୁ ପାରିଷଦ ନିଷ୍ପତି ନେଇଥିଲେ । କିଛି ବରିଷ୍ଟ ପାରିଷଦଙ୍କୁ ଏନେଇ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଅଧ୍ୟକ୍ଷା-ପାରିଷଦଙ୍କ ମଧ୍ୟରେ ତାଳମେଳ ପାଇଁ ଯେଉଁ ଉଦ୍ୟମ ହୋଇଥିଲା, ତାହା ବୋଧ ହୁଏ ସଫଳ ହୋଇନି । ଏଣୁ ବିଜେଡ଼ି ପାରିଷଦ ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ହଟାଅ ଅଭିଯୋଗକୁ ତିବ୍ରତର କରିଥିବାର ବିଶ୍ୱସ୍ଥ ସୂତ୍ରରୁ ଜଣାପଡ଼ିଛି । ଏହି ସୂତ୍ରରୁ ମିଳିଥିବା ସୂଚନା ମତେ ୨୬ ୱାର୍ଡ଼ ବିଶିଷ୍ଟ ପୈାରପାଳିକାର ସର୍ବାଧିକ ପାରିଷଦ ଅଧ୍ୟକ୍ଷା ସଙ୍ଗୀତାକୁ ଗାଦିଚୁ୍ୟତ କରିବାକୁ ମନସ୍ତ କରି ନେଇଛନ୍ତି । ନେଇଥିବା ନିଷ୍ପତି ସଂପର୍କରେ ପାରିଷଦ ଦଳର ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ କରିବେ । ଅଧ୍ୟକ୍ଷା କିଭଳି ଦଳିୟ ଗଣ୍ଡି ଭିତରୁ ବାହାରି ଦଳିୟ ପାରିଷଦଙ୍କୁ ହତାଦାର କରୁଛନ୍ତି, ତାହାକୁ ବଡ଼ କାରଣ ଭାବେ ଦର୍ଶାଇବାକୁ ଯାଉଛନ୍ତି । ଦଳର ହାଇକମାଣ୍ଡ ସଙ୍ଗୀତା ହଟାଅ ଅଭିଯାନକୁ କେତେଦୂର ଗ୍ରହଣ କରୁଛନ୍ତି, ତାହାତ ସମୟ କହିବ,ହେଲେ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ବିଜେଡି ପାରିଷଦ ନିକଟପାଖରେ କରିଥିବା ଅଭିଯୋଗ ପରେ ବ୍ୟାସନଗର ବିଜେଡ଼ିରେ କୁହୁଳୁଥିବା ଅସନ୍ତୋଷ ତିବ୍ରରୂପ ନେଇସାରିଛି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଛି । ଦଳର ହାଇକମାଣ୍ଡ କେତେଦୂର ପାରିଷଦଙ୍କ ଅଭିଯୋଗକୁ ଗ୍ରହଣ କରିପାରୁଛନ୍ତି,ତାହା ଦେଖିବାର ଅଛି ।