ଭଙ୍ଗା ଘରେ ବିତୁଛି ଜୀବନ
ଦଶରଥପୁର,: ଦଶରଥପୁର ବ୍ଲକ ଅନ୍ତର୍ଗତ କଁୟା ଗ୍ରାମର ବିଶ୍ୱନାଥ ବାରିକଙ୍କ ପରିବାର ଭଙ୍ଗାଘରେ ଜୀବନ ବିତାଉଛନ୍ତି । ବିଶ୍ୱନାଥଙ୍କ ପରିବାର କହିଲେ ୫ଜଣା ସ୍ତ୍ରୀ, ପୁଅ, ଝିଅ ଓ ଅବିବାହିତା ଭାଇ । ସରକାରଙ୍କର ଯୋଜନା କହିଲେ ଏକମାତ୍ର ସମ୍ବଳ ରାସନ୍ କାର୍ଡ । ଯାହା ଉପରେ ହି ସାହା ଭରସା କରିଛନ୍ତି ପରିବାର । ଅଧା ଭଙ୍ଗା କୁଡ଼ିଆରେ ପରିବାର ଲୋକେ ବିତାଉଛି ତାଙ୍କ ଜୀବନ । ରାତି ପାହି ସକାଳ ହେଲେ ପେଟର ପୋଷିବା ପାଇଁ ଏଗାଁରୁ ସେ ଗାଁ ବୁଲି ମୂଲ ଲାଗି ସଂସାର ଗୁଜୁରାଣ ମେଣ୍ଟାଇଥାନ୍ତି ବିଶ୍ୱନାଥ । ଯାହା ପାରିଶ୍ରମିକ ଆଣନ୍ତି ସେଥିରେ ପଖାଳ ସାଙ୍ଗକୁ ଲଙ୍କା ଆଉ ଲୁଣ ହିଁ ଭରସା । ଯେତିକି ଚାଉଳ ମିଳୁଛି ତାହା ଏକ ମାସ ଯାଉ ନାହିଁ । ଏଭଳି ଗରିବ ପରିବାର ଉପରେ ଆଜିଯାଏ ପଡିନାହିଁ ସରକାର କିମ୍ବା ପ୍ରଶାସନର ନଜର । ଭଙ୍ଗା ଘର ସାଙ୍ଗକୁ ପାଲ ଆଉ ଜରିଅଖା ଘେରା କାନ୍ଥରେ ଦିନ କାଟନ୍ତି ପରିବାର, ବନ୍ୟା ଆସିଲେ ବୁଡି ଯାଏ ଘର ଢିଅ । ପାଣି ଲହଡ଼ି ମାରେ ଘର ଭିତରେ । ବନ୍ୟା ଆସିଲେ ବନ୍ୟା ପାଣି ଡର ଯେତିକି ନ ଲାଗେ କୁମ୍ଭୀର ଭୟ ଅଧିକ । ପରିବାର ଉପରେ ପ୍ରଶାସନ ଏବଂ ରାଜନେତାଙ୍କ ଶୁଭଦୃଷ୍ଟି କେବେ ପଡ଼ୁଛି, ତାହା କେବଳ ଦେଖିବାର ଅଛି ।