ଭତ୍ତା ବାଣ୍ଟିଲେ ବିଧାୟକ

ନୀଳଗିରି : ମୋହନ ସରକାର ୮୦ବର୍ଷରୁ ଅଧିକ ବୃଦ୍ଧ, ବୃଦ୍ଧା, ବିକଳାଙ୍ଗମାନଙ୍କ ପାଇଁ ୩୫୦୦ଶହ ଟଙ୍କା ଭତ୍ତା ପାଇବାର ଘୋଷଣା କରିଥିଲେ । ଏନ୍ଏସିର ୧୩ଗୋଟି ୱାର୍ଡର ମୋଟ ୨୨୨ଜଣ ହିତାଧିକାରୀ ଚୟନ କରାଯାଇଛି । ଗୁରୁବାର ଦିନ ନିଳଗିରି ବିଧାୟକ ସନ୍ତୋଷ ଖଟୁଆ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ୬୧ଜଣଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିଲେ । ସିଧା ସଳଖ ଭାବେ କିଛି ଯୋଗ୍ୟ ହିତାଧକାରୀଙ୍କ ବ୍ୟାଙ୍କ ଖାତାକୁ ଦିଆଯିବ ବୋଲି ବିଧାୟକ ସୂଚନା ଦେଇଛନ୍ତି । ଏହି ଅବସରରେ ଅଧକ୍ଷ ମହେନ୍ଦ୍ର ବେହେରା, ସମସ୍ତ କାଉନସିଲର, ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ବର୍ଦ୍ଧିତ ଭତ୍ତା ପାଇଁ ବୁଢ଼ାବୁଢ଼ୀମାନେ ବେଶ୍ ଥିବାର ଦେଖିବାକୁ ମିଳିଛି ।