‘ଭାରତୀୟ ପୋର୍ଟ ଆଣ୍ଡ ଡକ୍ ମଜଦୁର ମହାସଂଘ’ର ଦୁଇ ଦିନିଆ ସମ୍ମିଳନୀ ଉଦ୍ୟାପିତ
ପାରାଦୀପ : ପାରାଦୀପସ୍ଥିତ ଜୟଦେବ ସଦନ ପ୍ରେକ୍ଷାଳୟରେ କ୍ରମାଗତ ଦୁଇ ଦିନ ଧରି ଅନୁଷ୍ଠିତ ଭାରତୀୟ ପୋର୍ଟ ଆଣ୍ଡ ଡକ୍ ମଜଦୂର ମହାସଂଘ (ବିଏମ୍ଏସ୍)ର ୧୧ତମ ତ୍ରୈବାର୍ଷିକ ସମ୍ମିଳନୀ ଆଜି ଉଦ୍ୟାପିତ ହୋଇଯାଇଛି । ବିଏମ୍ଏସ୍ର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ଜୀ ହିମତେ୍ ସମ୍ମିଳନୀକୁ ଉଦ୍ଘାଟନ କରିଥିବାବେଳେ ବିଏମ୍ଏସ୍ର ରାଷ୍ଟ୍ରୀୟ ସଭାପତି ତଥା ପାରାଦୀପ ବନ୍ଦର ପ୍ରାଧିକରଣର ଟ୍ରଷ୍ଟି ଶ୍ରୀକାନ୍ତ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟଅତିଥ ଭାବେ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ପିଏଲ ହରନାଦ ଓ ବିଏମ୍ଏସ୍ର କେନ୍ଦ୍ରୀୟ ପ୍ରଭାରୀ ଚନ୍ଦ୍ରକାନ୍ତ ଧୂମାଲ, ସହ ପ୍ରଭାରୀ ଭିଏନ୍ ଚାୱଡା, ବିଏମ୍ଏସ୍ର ଓଡିଶା ରାଜ୍ୟ ସାଧାରଣ ସମ୍ପାଦକ ପୃଥୀରାଜ ପଣ୍ଡା, ସୁରେଶ ପାଟିଲ, କୋଷାଧ୍ୟକ୍ଷ ସୁଧୀର ରାଉତ, ବିଏମ୍ଏସ୍ ପାରାଦୀପ ଶାଖା ସଭାପତି ରାକେଶ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ । ଉଦ୍ଘାଟନୀ ସନ୍ଧ୍ୟାରେ ଭାରତୀୟ ପୋର୍ଟ ଆଣ୍ଡ ଡକ୍ ମଜଦୂର ମହାସଂଘ (ବିଏମ୍ ଏସ୍) ପକ୍ଷରୁ ଆୟୋଜିତ ଏକ ପଦଯାତ୍ରା ସହର ପରିକ୍ରମା କରି ଜୟଦେବ ସଦନ ପରିସରରେ ଆୟୋଜିତ ସମ୍ମିଳନୀ ସ୍ଥଳୀରେ ପହଞ୍ଚିଥିଲା । ଦୁଇଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତର ବିଭିନ୍ନ ବନ୍ଦରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସମସ୍ୟା ଓ ଏହାର ନିରାକରଣ ସମ୍ପର୍କରେ ଆଲୋଚନା ହୋଇଥିବା ବିଏମ୍ଏସ୍ ପାରାଦୀପ ଶାଖାର ସଭାପତି ତଥା ଶ୍ରମିକ ନେତା ରାକେଶ କୁମାର ପଟ୍ଟନାୟକଙ୍କ ସୂତ୍ରରୁ ପ୍ରକାଶ ।