ଭିନ୍ନକ୍ଷମଙ୍କୁ ହି୍ୱଲ୍ ଚେୟାର ପ୍ରଦାନ 

ଜଗତସିଂହପୁର: ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ କୂଳ ପଟସରା ଗ୍ରାମର ଚିତ୍ରସେନ ପାତ୍ରଙ୍କୁ ହି୍ୱଲ୍ ଚେୟାର ପ୍ରଦାନ କରାଯାଇଛି । ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପରେଖା ସାହୁଙ୍କ ପରାମର୍ଶକ୍ରମେ ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ଏହି ଚେୟାର ପ୍ରଦାନ କରାଯାଇଛି । ସଂଗଠନର ସଭାପତି ଜଗନ୍ନାଥ ବେହେରା, ଶ୍ରଦ୍ଧାନନ୍ଦ ଜେନା, ସନ୍ତୋଷ କରଣ, ବିଜୟ ସାହୁ ସହଯୋଗରେ ଚିତ୍ରସେନଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି । ଚିତ୍ରସେନଙ୍କ ଦୁଇ ଗୋଡ଼ ଅକାମୀ ହୋଇ ଯାଇଥିବାରୁ ସେ ଯାତାୟାତ କରିବାରେ ସମସୟା ଭୋଗୁଥିଲେ । ତାଙ୍କର ସମସ୍ୟା ସଂପର୍କରେ ସଂଗଠନ ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା  । ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚିତ୍ରସେନଙ୍କୁ ଚେୟାର ପ୍ରଦାନ କରିଥିଲେ ।