ମଦ୍ୟପଙ୍କ ଦୌରାତ୍ମ୍ୟ, ତାତିଲେଣି ଲୋକେ

 ହିଞ୍ଜିଳିକାଟୁ:  ଗଞ୍ଜାମ ଜିଲ୍ଲାର ଶେରଗଡ଼ ଅଞ୍ଚଳରେ ମଦ୍ୟପଙ୍କ ହୌରାତ୍ମ୍ୟର ଶିକାର ହେଉଛନ୍ତି ସ୍କୁଲ ଛାତ୍ରଛାତ୍ରୀ । ଗୋଟିଏ ପଟରେ ରାଜ୍ୟ ସରକାରଙ୍କ ସ୍କୁଲ ଭିତ୍ତିଭୂମି ଏବଂ ଶିକ୍ଷାର ପ୍ରଚାର କରୁଥିବା ବେଳେ, ଅନ୍ୟ ପଟରେ ସ୍କୁଲ ଆଗରେ ମଦ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରିବା ସାଧାରଣ ଜନତାଙ୍କୁ ଅତିଷ୍ଠ କରି ପକାଇଛି । ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ବାଲି ସାହି ନିକଟରେ ଥିବା ୟୁପି ସ୍କୁଲ  ନିକଟରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ବିଦେଶୀ ମଦ ଦୋକାନ କରିବାକୁ ଲାଇସେନସ୍ ପ୍ରଦାନ କରିଛନ୍ତି । ଏହି ସ୍ଥାନରେ ମଦ ଦୋକାନ ଖୋଲିବା ପରଠାରୁ ସଂପୃକ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା କମିବାରେ ଲାଗିଛି । ସ୍କୁଲକୁ ଆସୁଥିବା ଛାତ୍ରଛାତ୍ରୀ ମଦ୍ୟପଙ୍କ ଶିକାର ହେଉଥିବା ବେଳେ, ଛାତ୍ରଛାତ୍ରୀଙ୍କ ପରିବାର ଆଉ ସେମାନଙ୍କୁ ସ୍କୁଲ ଛାଡିବାକୁ ଅନୁମତି ଦେଉ ନାହାନ୍ତି । ଫଳରେ ଶିକ୍ଷା ଗ୍ରହଣ କରୁଥିବା ପିଲାଙ୍କ ପାଠ ପଢାରେ ଡୋରି ବନ୍ଧା ହେବାରେ ଲାଗିଲାଣି । ଏହି ସମସ୍ତ କଥାକୁ ନେଇ ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଆଇନଜୀବୀ ରଜନୀକାନ୍ତ ପାଢି ଶେରଗଡ଼ ବାଲି ସାହି ୟୁପି ସ୍କୁଲ ନିକଟରେ ଥିବା ମଦ ଦୋକାନକୁ ବନ୍ଦ କରିବାକୁ ଅଡି ବସିଛନ୍ତି । ଏହି ମଦ ଦୋକାନକୁ ବନ୍ଦ କରିବା ପାଇଁ ଶ୍ରୀ ପାଢି ହାଇକୋର୍ଟର ଦ୍ୱାରସ୍ଥ ହୋଇ ୨୮.୭.୨୦୨୩ ରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଉଚ୍ଚନ୍ୟାୟାଳୟ ମଦ ଦୋକାନ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ପ୍ରଶାସନ ଏହାକୁ କାର୍ଯ୍ୟକାରୀ କରିବାରେ ଅବହେଳା ପ୍ରଦର୍ଶନ କରିଆସୁଛନ୍ତି । ଅନ୍ୟ ପକ୍ଷରେ ଏହି ମଦ ଦୋକାନ ବନ୍ଦ କରିବାକୁ କୋର୍ଟ ୪.୯.୨୪ ରେ  ପୁଣି ସ୍କୁଲ ନିକଟରେ ଥିବା ମଦ ଦୋକାନ ବନ୍ଦ କରିବାକୁ ବିଜ୍ଞପ୍ତି ଜାରି କରିଥିଲେ । 
ଅନ୍ୟପକ୍ଷରେ ଏହି ମଦ ଦୋକାନ ବନ୍ଦ କରିବାକୁ କୋର୍ଟରେ ପୁଣି ସ୍କୁଲ ନିକଟରେ ଥିବା ମଦ ଦୋକାନ ବନ୍ଦ କରିବାକୁ ବିଜ୍ଞପ୍ତି ଜାରି କରିଥିଲେ । ବର୍ତ୍ତମାନ ଦୋକାନ ଖୋଲିଥିବା ମାଲିକ ନିଜର ଦବ୍ଦବା ଜାରୀ ରଖିବା ସହ ଅବକାରୀ ବିଭାଗର ଅଧିକାରୀଙ୍କୁ ନିଜର ହାତ ବାରିସୀ କରି ରଖିଛନ୍ତି । ଅନ୍ୟ ପକ୍ଷରେ ଉଚ୍ଚନ୍ୟାୟାଳୟ ରାୟ ପରେ ସ୍କୁଲ ନିକଟରେ ଥିବା ମଦ ଦୋକାନ ବନ୍ଦ ନ ହେବାପରେ ହିଞ୍ଜିଳି କଂଗ୍ରେସ ବିଧାୟକ ପ୍ରାର୍ଥୀ ରଜନୀକାନ୍ତ ପାଢି ରଜନୀକାନ୍ତ ପାଢି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଥିବା କହିଛନ୍ତି । ତୁରନ୍ତ ଏହି ମଦ ଦୋକାନକୁ ବନ୍ଦ କରିବା ସହ ଜାଲ୍ କାଗଜପତ୍ର ଦେଇ ଏହି ଦୋକାନ ପାଇଁ ଲାଇସେନ୍ସ ହାତେଇଥିବା ମାଲିକଙ୍କୁ ତୁରନ୍ତ ଗିରଫ କରିବାକୁ ସର୍ବସାଧାରଣରେ ଦାବି ହୋଇଛି । ନଚେତ କର ଅବା ମର ପରିସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ଅଞ୍ଚଳବାସୀ ଦାୟୀ ରହିବେ ନାହିଁ ବୋଲି ଶ୍ରୀ ପାଢି ଚେତାବନୀ ଦେଇଛନ୍ତି ।