ମଧୁସୂଦନଙ୍କ ଜୟନ୍ତୀ ପାଳନ ପାଇଁ ବୈଠକ


 ଯାଜପୁର ଟାଉନ :  ‘ଓଡ଼ିଶା ସାରସ୍ୱତ ସମାବେଶ ମଞ୍ଚ’ ଓ ‘ଉକ୍ରଳଗୌରବ ମଧୁସୂଦନ ଦାସ ଜନ୍ମବାର୍ଷିକୀ କମିଟି’ ପକ୍ଷରୁ ଆୟୋଜିତ  ହେବାକୁ ଥିବା ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାରସ୍ୱତ ସମାବେଶ ମଂଚ’ର ସଭାପତି ଘନ ପରିଡ଼ାଙ୍କ ପୌରୋହିତ୍ୟରେ ସ୍ୱାଧୀନତା ସଂଗ୍ରାମୀ ଭବନଠାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସାହିତି୍ୟକ ନିତ୍ୟାନନ୍ଦ ପଣ୍ଡା, ଶିକ୍ଷାବିତ୍ ଡ.ବଟକୃଷ୍ଣ ମହାପାତ୍ର, ସମାଜସେବୀ ଭାସ୍କର ଚନ୍ଦ୍ର ଜେନା, ଅଧିବକ୍ତା ସମରେନ୍ଦ୍ର ଦାସ, ଡ.ସୁଦର୍ଶନ ବେହେରା, ଗାଳ୍ପିକ ରମେଶ ଚନ୍ଦ୍ର ପଣ୍ଡା, କାମାକ୍ଷା ପ୍ରସାଦ ନନ୍ଦ, ସେକ୍ ଅବଦୁଲ୍ ସାଜିଦ୍ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ଆସନ୍ତା ଏପ୍ରିଲ୍ ୨୮ ତାରିଖ ରବିବାର ସଂଧ୍ୟାରେ ସମାରୋହ ଯାଜପୁର ସହରର ଗୌତମବୁଦ୍ଧ ସଂସ୍କୃତି ଭବନ ସଭାଗୃହରେ ଅନୁଷ୍ଠିତ ହେବ । ସମାରୋହକୁ ଭାରତ ସରକାରଙ୍କ ପ୍ରାକ୍ତନ ଆୟକର ମୁଖ୍ୟ ଆୟୁକ୍ତ ତଥା ବିଶିଷ୍ଟ କବି ନୃସିଂହ ତ୍ରିପାଠୀ ଉଦ୍ଘାଟନ କରିବେ । ଏଥିରେ ପ୍ରଫେସର ଡା. ଜଗଦାନନ୍ଦ ମିଶ୍ର ମୁଖ୍ୟ ଅତିଥି, କବି ଶରତ କୁମାର ଦାଶ ମୁଖ୍ୟବକ୍ତା, କବି ଲାବଣ୍ୟ ଶବର ବିଶିଷ୍ଟ ଅତିଥି, ଡ.କୁଳମଣି ବାରିକ, ଡ.ଦେବସ୍ମିତା ସାହୁ, ନୃତ୍ୟଗୁରୁ ଆଶିଷ କୁମାର ଦାସ ଓ ଅଧିବକ୍ତା ରାଜୀବ ମହାନ୍ତି ସମ୍ମାନନୀୟ ଅତିଥି ଭାବେ ଯୋଗଦେବା ସହିତ ଓଡ଼ିଶାର ୭୭ଜଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ସମାରୋହର ସଫଳତା ପାଇଁ ଗଠିତ ହୋଇଥିବା ଏକ ଅଭ୍ୟର୍ଥନା କମିଟିରେ ସାହିତି୍ୟକ ନିତ୍ୟାନନ୍ଦ ପଣ୍ଡା ମୁଖ୍ୟ ଉପଦେଷ୍ଟା, ସମାଜସେବୀ ବୀରେନ୍ଦ୍ର ମହାନ୍ତି ମୁଖ୍ୟ ପୃଷ୍ଠପୋଷକ, ଶିକ୍ଷାବିତ୍ ଡ.ବଟକୃଷ୍ଟ ମହାପାତ୍ର ଅଧ୍ୟକ୍ଷ, ସାହିତି୍ୟକ ଘନ ପରିଡ଼ା ମହାସଚିବ, ଶିକ୍ଷାବିତ୍ ଧରଣୀଧର ମହାପାତ୍ର, ଅଧିବକ୍ତା ସମରେନ୍ଦ୍ର ଦାସ, ସମାଜସେବୀ ଭାସ୍କର ଚନ୍ଦ୍ର ଜେନା, ଦେବେନ୍ଦ୍ର କୁମାର ପଣ୍ଡା, ଗାଳ୍ପିକ ରମେଶ ଚନ୍ଦ୍ର ପଣ୍ଡା ଉପାଧ୍ୟକ୍ଷ, ଡ.ସୁଦର୍ଶନ ବେହେରା ସାଧାରଣ ସଂପାଦକ, କବୟିତ୍ରୀ ତୁହିନା ମିଶ୍ର ଓ କାମାକ୍ଷା ପ୍ରସାଦ ନନ୍ଦ ଯୁଗ୍ମ ସଂପାଦକ ଓ ସେକ୍ ଅବଦୁଲ ସାଜିଦ୍ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।