ମରଣାନ୍ତକ ଆକ୍ରମଣ ଜଣେ ଗୁରୁତର

ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ ଅଧିନ କୋସ୍କା ପଞ୍ଚାୟତର ଅଁଳାପଟା ଗ୍ରାମର ରାଜା ନାଏକକୁ ସେହି ଗ୍ରାମର ବୁଲୁ ମୁଦୁଲି ପୂର୍ବ ଶତୃତାକୁ କେନ୍ଦ୍ର କରି ଏକ ଠେଙ୍ଗା ଓ  ଟାଙ୍ଗିଆ  ସହାୟତାରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଖଣ୍ଡପଡ଼ା ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣରେ ଆହତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ନୟାଗଡ ଜିଲ୍ଲା ମୂଖ୍ୟ  ଚିକିସôାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି  । ରାଜାର ମୁଣ୍ଡରେ ଗଭିର କ୍ଷତ ସୃଷ୍ଟି ହୋଇଥିବା ବେଳେ ଗୋଡରେ ଆଘାତ ଲାଗିଛି  । ଘଟଣା  ସଂପର୍କରେ ରାଜାଙ୍କ ପନôୀ କୁନି ନାଏକ ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି । ମରଣାନ୍ତକ ଆକ୍ରମଣ ଘଟଣା ପରେ ଆକ୍ରମଣକାରୀ ଗାଁ ଛାଡି ଅନ୍ୟତ୍ର ଫେରାର ହୋଇ ଯାଇଥିବା ଜଣାପଡିଛି  ।