ମହାନଦୀ ବଞ୍ଚାଅ ସଚେତନତା କାର୍ଯ୍ୟକ୍ରମ

ବାରଙ୍ଗ: ସରସ୍ୱତୀ ପବ୍ଲିକ ସ୍କୁଲ ପକ୍ଷରୁ  ଶନିବାର ଦିନ ମହାନଦୀ ବଞ୍ଚାଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କୁ ନେଇ ବେଲଗଛିଆ ପଞ୍ଚାୟତ ସମ୍ମୁଖରୁ ‘ମହାନଦୀ ବଞ୍ଚାଅ' ଅଭିଯାନ ଆରମ୍ଭ କରାଯାଇଥିଲା । ଏକ ନାଟକ ମାଧ୍ୟମରେ ଲୋକଙ୍କୁ କିପରି ମହାନଦୀର ସୁରକ୍ଷା ଦିଆଯିବ, ପ୍ଲାଷ୍ଟିକ ଅଳିଆ ଆବର୍ଜନା, ବିଭିନ୍ନ କଳ କାରଖାନାରୁ ନିର୍ଗତ ବିଷାକ୍ତ ପାଣି ମହାନଦୀରେ ମିଶି ଅପମିଶ୍ରଣକୁ କିପରି ରୋକା ଯାଇପାରିବ ସେ ନେଇ  ସାଧାରଣ ଲୋକମାନଙ୍କୁ ଦେଖାଇ ସଚେତନ କରାଯାଇଥିଲା ।