ମହାପ୍ରଭୁଙ୍କ ଗଜାନନ ବେଶ


ପ୍ରସନ୍ନ କୁମାର ମିଶ୍ର  : ଶ୍ରୀ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ପ୍ରତିବର୍ଷ ଜ୍ୟେଷ୍ଠ  ଶୁକ୍ଳ ପୂ୍ର୍ଣ୍ଣର୍ମୀରେ ପାଳିତ  ସ୍ନାନଯାତ୍ରା ଅନ୍ୟତମ ।ଏହା ‘ଦେବସ୍ନାନ ପୂର୍ଣ୍ଣିିମା’ ନାମରେ ବିଦିତ । ବର୍ଷରେ ଏହି ଗୋଟିଏ ଦିନ ଚତୁର୍ଦ୍ଧାମୂର୍ତ୍ତି  ଋ୍ତ୍ନ  ସିଂହାସନ ଛାଡି  ଶ୍ରୀମନ୍ଦିର ଭିତର ବେଢାସ୍ଥିତ  ସ୍ନାନ ମଣ୍ଡପରେ ବିଜେ କରି ‘ପ୍ରତ୍ୟକ୍ଷ ସ୍ନାନ’ କରିଥାଆନ୍ତି । ସ୍ନାନବେଦୀ ଉପରେ ଠାକୁର ମାନଙ୍କର  ପ୍ରସିଦ୍ଧ ‘ଗଜାନନ ବେଶ’  ଅନୁଷ୍ଠିତ ହୋଇଥାଏ । ଉକ୍ତଦିନ ଶ୍ରୀବିଗ୍ରହମାନଙ୍କର ଜଳଲାଗି ନୀତି ବଢିବା (ଶେଷ) ପରେ ‘ଲେଙ୍କା’ ସେବକ  ଘଂଟ,ଛତା,ବାଜା ଓ କାହାଳୀ  ସହ  ବଡବାଡ ଶ୍ରୀବଳଭଦ୍ରଙ୍କର ହାତୀ ବେଶ ଉପକରଣ ମାନ ଆଣିବାକୁ ଗୋପାଳତୀର୍ଥ ମଠକୁ ଯାଆନ୍ତି । ଉପକରଣ ମାନ ଆଣି ନାଟ ମଣ୍ଡପରେ  ଥିବା ଗରୁଡଙ୍କ ପାଖରେ ରଖନ୍ତି । ପୁନର୍ବାର  ଲେଙ୍କା ସେବକ ପୂର୍ବଭଳି  ଘଂଟ,ଛତା,ବାଜା ଓ କାହାଳୀ ପଟୁଆରରେ ଅନ୍ୟ ଦୁଇବାଡ (ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ)ର ହାତୀ ବେଶ ଉପକରଣ ମାନ  ରାଘବ ଦାସ ମଠରୁ ଆଣି  ଗରୁଡଙ୍କ ନିକଟରେ ରଖିଥାଆନ୍ତି । ଏହାପରେ  ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁଙ୍କ ଛାମୁରେ ଗଜପତି ମହାରାଜାଙ୍କ  ପ୍ରତିନିଧି  ‘ମୁଦିରସ୍ତ’ ସେବକ ରାଜନୀତି ବନ୍ଦାପନା କରିଥାାନ୍ତି । ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ପାରମ୍ପରିକ ଭାବେ ଶ୍ରୀନହରରୁ ରୂପାଖଚିତ ‘ତାମଜାନ’ ବିମାନରେ ଆସି ସ୍ନାନବେଦୀରେ ବିରାଜିତ ଶ୍ରୀବିଗ୍ରହମାନଙ୍କର ଚାମର ସେବା ଓ ଛେରାପହଁରା ନୀତି  ସମ୍ପାଦନ କରିଥାଆନ୍ତି ।  ଛେରା ପହରା  ସମାପ୍ତିରେ ପାଣିପଡେ ଓ ପୋଛମରା ହୁଏ । ପାଣି ପଡିବା ପୂର୍ବରୁ ନାଟମଣ୍ଡପରେ ରଖାଯାଇଥିବା  ତିନି ଠାକୁରଙ୍କର  ଗଜାନନ  ବେଶ  ଉପକରଣ ମାନ ସେଠାରୁ ଅଣାଯାଇ ସ୍ନାନବେଦୀରେ  ସଜାଡି  ରଖାଯାଇଥାଏ  । ଭିତରଛୁ ମହାପାତ୍ର, ତଳିଛୁ ମହାପାତ୍ର  ଓ ପୁଷ୍ପାଳକ ସେବକ ଏବଂ ଦଇତାମାନେ ମିଶି  ତିନିଠାକୁରଙ୍କର ‘ହାତୀବେଶ’ କରିଥାଆନ୍ତି ।  ବେଶ ବଢିବା ପରେ କର୍ପୂର ଲାଗି କରାଯାଏ  । ପାଣି ପଡି ପୋଛମରା ହେବା ପରେ ଭୋଗ ଡକରା ଯାଇଥାଏ  । ପ୍ରକାଶ ଥାଉକି ସ୍ନାନ ପୂର୍ଣିମା ଦିନ କେବଳ ମାତ୍ର ଗୋଟିଏ ଭୋଗ କରାଯାଇଥାଏ । ଭୋଗ ବଢିଲେ ସାହାଣମେଲା ଦର୍ଶନ ବା ସର୍ବସାଧାରଣ ଦର୍ଶନ ହୋଇଥାଏ । 
ମହାପ୍ରଭୁଙ୍କ  ‘ହାତୀ ବେଶ’ ସଂପର୍କରେ ସ୍ମାରକୀ ରେକର୍ଡରେ ଘଟଣାଟିଏ  ବର୍ଣିତ ଅଛି । ବହୁବର୍ଷ ପୂର୍ବେ ସମ୍ବବତଃ ପଂଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ‘ମହାଗାଣପତ୍ୟ ସଂପ୍ରଦାୟ’ର  ଶ୍ରୀଗଣପତି ଭଟ୍ଟ ନାମକ ଜନୈ÷କ ବିଖ୍ୟାତ ପଣ୍ଡିତ ଶ୍ରୀକ୍ଷେତ୍ରକୁ ଆସିଥିଲେ । ସେ  ଗଣେଶଙ୍କର ପରମ ଭକ୍ତ ଥିଲେ । ଶ୍ରୀମନ୍ଦିର ଆସି ଗର୍ଭଗୃହରେ ଶୀ୍ରଜଗନ୍ନାଥଙ୍କୁ ଦର୍ଶନ କରି ସେ ସନ୍ତୋଷ ଲାଭ କରି ପାରିଲେନାହିଁ । ମହାପ୍ରଭୁଙ୍କ ଠାରେ ତାଙ୍କ ଆରାଧ୍ୟ  ଗଣେଶଙ୍କୁ ନଦେଖି ସେ ନିରାଶ ମନରେ ପୁରୀରୁ ଫେରିଯାଇ  ଶ୍ରୀକ୍ଷେତ୍ରର ଅନତି ଦୂରରେ  ‘ତୁଳସୀ ଚଉରା’ ଗ୍ରାମ ନିକଟରେ ଥିବା ଏକ ବୃକ୍ଷର ଚଉତରାରେ ବିଶ୍ରାମ ନେଲେ । ଅର୍ଦ୍ଧ ରାତ୍ରରେ ଶୂÿନ୍ୟ ବାଣୀଦ୍ୱାରା କିଛି ନିଦେ୍ର୍ଦଶ ପାଇ ସେ ପୁନର୍ବାର  ଶ୍ରୀକ୍ଷେତ୍ର ଫେରି ଆସିଲେ । ସେଦିନ ଥିଲା ସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀରେ ଠାକୁର  ମାନଙ୍କର ଭୋଗ ପୂଜା ବସିଥାଏ । ସିଂହଦ୍ୱାର ଠାରେ ପହଂଚି ସେ ଦେଖନ୍ତିତ ମହାପ୍ରଭୁ ତାଙ୍କର ଇଷ୍ଟ ଦେବତା ‘ଗଣେଶ’ ରୂପରେ ଉଭାହୋଇ ଶୁଣ୍ଢ ବୁଲାଇ ବୁଲାଇ ସାମନାରେ ରଖାଯାଇଥିବା ନୈ÷ବେଦ୍ୟ ଭକ୍ଷଣ  କରୁଛନ୍ତି ।  ଏହା ସ୍ୱଚକ୍ଷୁରେ ଦେଖି ତତ୍କ୍ଷଣାତ୍ ସେ ପରଂବ୍ରହ୍ମଙ୍କ ସତ୍ତା ଅନୁଭବ କରିପାରିଲେ ଓ ବେହୋସ ହୋଇ ପଡିଗଲେ । କିଛି ସମୟ ପରେ ସାଷ୍ଟାମ ହୋଇ ଉଠି  ଦେଖିଲେ ପୂର୍ବ ଭଳି ତିନି ଠାକୁର ସାଧାରଣ ରୂପରେ ଦର୍ଶନ ଦେଉଛନ୍ତି । ସେ ଶ୍ରୀ ଜଗନ୍ନାଥ ମହା୍ରଭୁଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ପ୍ରାର୍ଥନା କଲେ ମହାପ୍ରଭୁ , “ଆଜି ମତେ ଯେଉଁ ରୂପରେ ଦର୍ଶନ  ଦେଇ  ଧନ୍ୟ କରିଛନ୍ତି, କାଳ କାଳକୁ ଭକ୍ତମାନଙ୍କୁ ସେହି ରୂପରେ ଦର୍ଶନ ଦେଇ କୃତାର୍ଥ କରନ୍ତୁ”  । ଗଣପତି ଭଟଙ୍କ ଆନ୍ତରିକ ଇଛାର ସ୍ମାରକୀ ସ୍ୱରୂପ ଠାକୁରମାନେ ପ୍ରତିବର୍ଷ ଏହିଦିନ ଗଜାନନ ବା ହାତୀ ବେଶରେ ଭକ୍ତ ମାନଙ୍କୁ   ଦର୍ଶନ ଦେଇ ଆସୁଛନ୍ତି । ଏହି ବେଶ ପ୍ରସ୍ତୁତିରେ ମୁଖ୍ୟତଃ ଧଳା  ଓ କଳା ରଙ୍ଗର ଭେଲଭେଟ ଏବଂ ସିଲ୍କକନା,ଜରି,ସୋଲ,କଦଳୀ ପଟୁକା ,ଜମ୍ବୁରା ,କଇଁଥ ଅଠା  ଆଦି ଉପକରଣ  ବ୍ୟବହୃତ ହୋଇ ପାରମ୍ପରିକ କୁଶଳୀ କାରୀଗର ମାନଙ୍କ ଦ୍ୱାରା ନିର୍ମିିତ ହୋଇଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ବେଶ ନିର୍ମାଣ ଆରମ୍ଭ ହୋଇଥାଏ ଓ ପ୍ରତିବର୍ଷ ବେଶର ଉଚ୍ଚତା ଓ ମାପ ଏକ ପ୍ରକାରର ରହେ ।
ଶ୍ରୀକ୍ଷେତ୍ର କଲୋନୀ ,ପୁରୀ, ମୋ  ୮୦୧୮୮୭୫୩୩୫