ମହାବିଦ୍ୟାଳୟରେ ସ୍ୱାଗତ ଉସôବ
ପାରାଦୀପ : ପାରାଦୀପ ମହାବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ନୂତନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବୁଧବାର ଏକ ସ୍ୱାଗତ ପର୍ବ ଅନୁଷ୍ଠିତ ହୋଇଯାଇଛି । କର୍ଯ୍ୟକ୍ରମର ମୁଖ୍ୟ ଅତିଥି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ.ସସ୍ମିତା ଶତପଥୀ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ଚରିତ୍ର ଗଠନ, ମୂଲ୍ୟବୋଧ ତଥା କର୍ତ୍ତବ୍ୟ ପରାୟଣତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ବିଭାଗୀୟ ମୁଖ୍ୟ ଲେଫ୍ଟନାଣ୍ଟ କମାଣ୍ଡର ଅକ୍ଷୟ ଚନ୍ଦ୍ର ମିଶ୍ର ଉକ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ବିଭାଗର ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର, ପ୍ରତୀକ କୁମାର ପଣ୍ଡା, ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ପ୍ରଧାନ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।