ମହାବିଦ୍ୟାଳୟ ନୂତନ ଅଧ୍ୟକ୍ଷଙ୍କ କାର୍ଯ୍ୟଭାର ଗ୍ରହଣ

 ମହାବିଦ୍ୟାଳୟ ନୂତନ ଅଧ୍ୟକ୍ଷଙ୍କ କାର୍ଯ୍ୟଭାର ଗ୍ରହଣ

 ଯାଜପୁର: ଦାନଗଦୀ ବ୍ଲକ ଟୋଲକାନୀ ସ୍ଥିତ ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଯୁଗଳ କିଶୋର ହୋତା ଅବସର ନେଇଥିବା ବେଳେ ତାଙ୍କ ସ୍ଥାନରେ ନୂତନ ଅଧ୍ୟକ୍ଷ ଡ଼.ଅକ୍ଷୟ କୁମାର ପଣ୍ଡା କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଅଧ୍ୟକ୍ଷ ଶ୍ରୀ ହେତାଙ୍କୁ ବିଦାୟ ଏବଂ ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ କରିବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼.କୁଶଚନ୍ଦ୍ର ପ୍ରଧାନ, କଲେଜର ପ୍ରତିଷ୍ଠାତା ଦୀନବନ୍ଧୁ ପୃଷ୍ଟି, ଉଦୟବଟର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଗୋବର୍ଦ୍ଧନପୁର ମେଡିକାଲ ଅଫିସର ସଂଜୀବ କୁମାର ବେହେରା  ଯୋଗ ଦେଇଥିଲେ । କଲେଜର ଛାତ୍ରୀମାନେ ଅଧ୍ୟାପକ ରଞ୍ଜନ ଖଣ୍ଡା ଓ ପ୍ରସନ୍ନ ସେନାପତିଙ୍କ ପରିଚାଳନାରେ ଆବାହନ ସଂଗୀତ ଗାନ କରିଥିବା ବେଳେ ଅଧ୍ୟାପକ ଗୋବର୍ଦ୍ଧନ ସାହୁ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । କଲେଜର ନୂତନ ଅଧ୍ୟକ୍ଷ ଡ଼.ପଣ୍ଡାକୁ ଉସôସ୍ୱିତ ସମ୍ବର୍ଦ୍ଧନା ପୂର୍ବକ ସ୍ୱାଗତ ପ୍ରଦାନ କରିବା ସହ ବିଦାୟୀ ଅଧ୍ୟକ୍ଷ ଡ଼.ହୋତାଙ୍କୁ ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କଲେଜର  ଅଧ୍ୟାପିକା ମୀରାମ୍ବିକା ସାହୁ, ପାରିଜାତ ମହାନ୍ତି, ଇତିଶ୍ରୀ ମଲ୍ଲିକ, ସିଲନପ୍ରଭା ନାୟକ, କୃଷ୍ଣଚନ୍ଦ୍ର ସାହୁ, ପ୍ରାକ୍ତନ ଅଧ୍ୟାପକ ଦିଲୀପ କୁମାର ଜେନା, କାଶୀନାଥ ସ୍ୱାଇଁ, କଲେଜ ପରିଚାଳନା କମିଟିର ପୂର୍ବତନ ଏବଂ ବର୍ତ୍ତମାନର ବହୁ କର୍ମକର୍ତ୍ତା ନାରାୟଣ ଚନ୍ଦ୍ର ନାୟକ, ଗୋକୂଳ ବିହାରୀ ପୃଷ୍ଟି, ଶୁକଦେବ ସାହୁ, କୁଳମଣି ଦତ, ମୋହନ ସାହୁ, ପୁରାତନ ଛାତ୍ର କୃପାସିନ୍ଧୁ ମିଶ୍ର, ଅଣଶିକ୍ଷକ କର୍ମଚାରୀ ସତ୍ୟଭାମା ସାହୁ, ଅବନି ମହାରଣା, ସୁଶାନ୍ତ ପଣ୍ଡା, ସୁକାନ୍ତ କୁମାର ସାହୁ, ନାରାୟଣ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ସାହୁ, ଅରୁଣ କୁମାର ଦାସ ପ୍ରମୁଖ ଅଧ୍ୟକ୍ଷ ଡ଼.ହୋତାଙ୍କ ଗୁଣାବଳୀର ଅବତାରଣା କରି ତାହା କିପରି କଲେଜ ଓ ଛାତ୍ରଛାତ୍ରୀଙ୍କ ଉନ୍ନତିରେ ସହାୟକ ହେଉଥିଲା ସେ ବିଷୟରେ କହିଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ବିଦାୟୀ ଅଧ୍ୟକ୍ଷ ଡ଼.ହୋତାଙ୍କ ବହୁମୁଖି ପ୍ରତିଭାର ଗୁଣଗାନ କରିଥିଲେ । ଶ୍ରୀ ହୋତା ତାଙ୍କ ଭାଷଣରେ କହିଥିଲେ ଯେ ସେ କଲେଜ ପାଇଁ ସବୁକିଛି ଯଥା ଅନୁଭୂତି, ସମ୍ମାନ, ଅର୍ଥ, ସାମାଜିକ ପ୍ରତିଷ୍ଠା ଆଦି ପାଇ ଧନ୍ୟ ହୋଇଛନ୍ତି । ତେଣୁ ସେ କଲେଜକୁ ବଞ୍ଚିଥିବା ଯାଏ ଭୂଲି ପାରିବେ ନାହିଁ । ବାହାରେ ଥାଇ ମଧ୍ୟ କଲେଜର ମଙ୍ଗଳ ପାଇଁ କାର୍ଯ୍ୟ କରିବି ବୋଲି କହିଥିଲେ । କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ତରଫରୁ ଅଧ୍ୟକ୍ଷ ଡ଼.ହୋତାଙ୍କ ପାଇଁ ବିଦାୟ ସଂଗୀତ ଗାନ କରାଯିବା ସହ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।