ମହାବୀର ଗୁରୁକୁଳ ଶିକ୍ଷାଶ୍ରମର ବାର୍ଷିକୋତ୍ସବ
ଯାଜପୁରଟାଉନ: ମହାବୀର ଗୁରୁକୂଳ ଶିକ୍ଷାଶ୍ରମର ୨୩ତମ ବାର୍ଷିକ ଉତ୍ସବ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ପ୍ରଧାନଆଚାର୍ଯ୍ୟା ବାଂଶୋରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପୌରପାଳିକାର ପ୍ରାକ୍ତନ ଅଧ୍ୟକ୍ଷ ଭବପ୍ରସାଦ ଦାସ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଓ ପୈାରପାଳିକା ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନଆ·ର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ଗୁରୁକୁଳର ପ୍ରଧାନଆଚାର୍ଯ୍ୟା ହେମଲତା କର ଧନ୍ୟବାଦ୍ ଅର୍ପଣ କରିଥିଲେ । ସ୍କୁଲ ସମ୍ପାଦକ ରାଜେଶ ନାୟକ ସାଂସ୍କୃତିକ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଆଚାର୍ଯ୍ୟା ଲଳିତା ଶତପଥି, ରାଜେଶ୍ୱରୀ ସାହୁ, ଗିତାରାଣୀ ସାହୁ, ସୁଶ୍ରୀ ରେଣୁକା ଦାଶ, ଜ୍ୟୋତ୍ସ୍ନାରାଣୀ ମହାନ୍ତି, ଶାନ୍ତିଲତା ମିଶ୍ର, ସୁଶ୍ରୀ କଳ୍ପନା ପଣ୍ଡା, ସୁଭଦ୍ରା ମିଶ୍ର, ପ୍ରଭାସିନୀ ପ୍ରମୁଖ ସହଯୋଗ କରିଥିଲେ ।