ମହିଳାଙ୍କ ବେକରୁ  ଝାମ୍ପିନେଲେ ଚେନ୍

 ଯାଜପୁର ଟାଉନ : ନିଜ ବାପ ଘର ପଣସାକୁ ସ୍କୁଟିରେ ଆସୁଥିବା ବେଳେ ରାମବାଗ ରାସ୍ତାରେ ପଲସରରେ ଦୁର୍ବୃତ୍ତ ମହିଳାଙ୍କ ବେକରୁ ଚେନ୍ ଝାମ୍ପି ନେଇ ଅର୍ନ୍ତଧ୍ୟାନ ହୋଇଯାଇଥିଲେ । ପଲସର ଗାଡ଼ିରେ ଦ୍ରୁତ ଗତିରେ ପଳାଇ ଯାଇଥିବା ବେଳେ ମହିଳା ଜଣକ ଗାଡ଼ିର ସୁରାକ ପାଇନଥିଲେ । ଏନେଇ ସଂପୃକ୍ତ ମହିଳା ଯାଜପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ଥାନାଧିକାରୀ ଦାୟିତ୍ୱରେ ଥିବା ଡିଏସ୍ପି ଶରତ ଚନ୍ଦ୍ର ପାତ୍ରଙ୍କ ନିଦେ୍ର୍ଦଶ କ୍ରମେ ଏସଆଇ ଅଜୟ କୁମାର ସାହୁ ସଦଳବଳେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।