ମହୋତ୍ସବ ଉଦ୍ୟାପିତ 

 ବରୀ: ବରୀ ବ୍ଲକ ବୋଦୁଅ ପଞ୍ଚାୟତର କନ୍ତିଆଖେଳପଡିଆରେ ଏକ ଦିବସୀୟ ମହୋତ୍ସବ ଉଦ୍ୟାପିତ ହୋଇଛି । ସରପଞ୍ଚ ଦେବୀ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ, ମୁଖ୍ୟଅତିଥି ଯାଜପୁର ପୂର୍ବତନ ବିଧାୟକ ପ୍ରଣବ ପକାଶ ଦାସ, ସମ୍ମାନିତ ଅତିଥି ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ପ୍ରମୁଖ ଯୋଗଦେଇ ନଦୀ ନାଳ ଘେରା ବୋଦୁଅ ପଞ୍ଚାୟତରେ ଏଭଳି ଭବ୍ୟ ଆୟୋଜନ ଓ ମହୋତ୍ସବ ପାଇଁ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ । ମହୋତ୍ସବକୁ ଆଗାମୀ ଦିନରେ ଆହୁରି କେମିତି ସରସସୁନ୍ଦର କରିହେବ ସେ ଦିଗରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି, ଉପାଧ୍ୟକ୍ଷା ଅର୍ଚ୍ଚର୍ନା ମଲ୍ଲିକ, ସରପଞ୍ଚ ଦେବୀ ପ୍ରସାଦ ମିଶ୍ର, ଜିଲ୍ଲା ପରିଷଦ ଅଶୋକ ସାମଲ, ଦିଲ୍ଲୀପ ମହାନ୍ତି, ସନ୍ତୋଷ ସାମଲ, ବୁଲୁଯାଦବ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପକ ଜ୍ଞାନରଞ୍ଜନ ଧଳ ଅତିଥି ପରିଚୟ ସାଙ୍ଗକୁ ମଞ୍ଚ ପରିଚାଳନା କରିଥିଲେ ।