ମାଟି ବୋଝେଇ ଟ୍ରାକ୍ଟର ଜବତ
ବ୍ରହ୍ମବରଦା : ଶନିବାର ବ୍ରହ୍ମବରଦା ପୁଲିସ ଏକ ନମ୍ବର ବିହୀନ ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିଛି । କିନ୍ତୁ ଜବତ ଟ୍ରାକ୍ଟରଟିର ଚାଳକ କୌଶଳକ୍ରମେ ଖସି ଯାଇଛନ୍ତି । ଖବର ମତେ ଆଜି ଅପରାହ୍ନରେ ଉକ୍ତ ଟ୍ରାକ୍ଟରଟି ଯାଜପୁର ତହସିଲ ଅଧିନ ଝାଲପଡା ପଞ୍ଚାୟତରୁ ବେଆଇନ ଭାବେ ମାଟି ବୋଝେଇ କରି ରୁଦ୍ରପୁର ଅଭିମୁଖେ ଯାଉଥିବା ସମୟରେ ବଡବାଗସାହି ନିକଟରେ ପୁଲିସ ହାବୁଡରେ ଧରା ପଡିଥିଲା । କିନ୍ତୁ ପୁଲିସକୁ ଦେଖି ଟ୍ରାକ୍ଟର ଚାଳକ ଜଣକ ଗାଡି ଛାଡି ଫେରାର୍ ହୋଇଯାଇଥିଲା । ଘଟଣାସ୍ଥଳରୁ ବ୍ରହ୍ମବରଦା ପୁଲିସ ଉକ୍ତ ଟ୍ରାକ୍ଟରକୁ ଜବତ କରି ଥାନାକୁ ଆଣିବା ସହ ଏକ ମାମଲା ରୁଜୁ କରି ଜିଲା ଖଣି ବିଭାଗକୁ ଅବଗତ କରାଇଥିବା ଥାନା ଅଧିକାରିଣୀ ଜୟନ୍ତୀ ମଲ୍ଲିକ ସୂଚନା ଦେଇଛନ୍ତି ।