ମାଟ୍ରିକ୍ ମେଧାବୀଙ୍କୁ ସମ୍ବର୍ଦ୍ଧନା 

ଢ଼େଙ୍କାନାଳ : ଢ଼େଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର ଦଶମ ପରୀକ୍ଷାରେ ଏ୧ ରଖିଥିବା କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ବାର୍ତ୍ତା ଦେବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏବଂ ଛାତ୍ରଛାତ୍ରୀ ଆଗାମୀ ଭବିଷ୍ୟତ ପାଇଁ ନିଜର ଲକ୍ଷ୍ୟ ଏବେ ଠାରୁ ସ୍ଥିର କରି ସେହି ପଥରେ ଆଗେଇବା ଦରକାର ବୋଲି କହିଥିଲେ ।  ଏହି ସମ୍ବର୍ଦ୍ଧନା ସଭାରେ ଏ୧ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ଓ ସେମାନେ ନିଜର ଅଭିଜ୍ଞତା ଅଭିଜ୍ଞତାରେ ଆସପାୟର କୋଚିଂ କାର୍ଯ୍ୟକ୍ରମକୁ ଏକ ଅଭିନବ ପ୍ରୟାସ ବୋଲି କହିଥିଲେ ଏବଂ ଏହି କାର୍ଯ୍ୟକ୍ରମ ଦ୍ୱାରା ସେମାନେ ବିଭିନ୍ନ ବିଷୟରେ ଅଧିକରୁ ଅଧିକ ଜାଣିବା ସହିତ ପରୀକ୍ଷାରେ ପ୍ରଶ୍ନର ଉତ୍ତର ଦେବା ଶୈଳୀରେ ଉନ୍ନତି ପରିଲକ୍ଷିତ କରିଥିଲେ । ଏହି ସଭାରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ବିନିତା ସେନାପତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବ୍ରହ୍ମତ୍ରୀ ବିଶ୍ୱାଳ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ସୌମ୍ୟାଶ୍ରୀ ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ, ସଦର ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ଛାତ୍ରଛାତ୍ରୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ସାମ୍ବାଦିକ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।