ମା’ମଙ୍ଗଳାଙ୍କ ବାର୍ଷିକୋତ୍ସବ
ସାଲେପୁର : ଉତ୍ତର ବଟେଶ୍ୱର ଗ୍ରାମରେ ପବିତ୍ର ଚୈତ୍ର ମାସ ଶେଷ ମଙ୍ଗଳବାର ତିଥିରେ ମା’ମଙ୍ଗଳାଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସକାଳୁ ମା’ ମଙ୍ଗଳାଙ୍କ ସ୍ୱତନ୍ତ୍ର ସ୍ନାନ କରାଯାଇ ମା’ଙ୍କର ଯଥାବିଧିରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଚଣ୍ଡୀପାଠ ଠାରୁ ଆରମ୍ଭ କରି ବିଭିନ୍ନ ରୀତିନୀତିରେ ମା’ଙ୍କର ପୂଜା ଆରାଧନା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଭଜନସନ୍ଧ୍ୟା ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଉତ୍ତର ବଟେଶ୍ୱର ଓ ରୋଧପୁର ଗ୍ରାମର ସମସ୍ତ ଗ୍ରାମବାସୀମାନେ ପରିଚାଳନା କରିଥିଲେ ।