ମାରପିଟ୍ ଅଭିଯୋଗରେ ଯୁବକ ଗିରଫ

 ପୁରୀ : ସ୍ଥାନୀୟ କଲେଜ ଛକ ସ୍ଥିତ ଏକ ବିରିୟାନୀ ଦୋକାନରେ ଜବରଦସ୍ତ ପଶି ଦୋକାନ ମାଲିକଙ୍କୁ ମାରପିଟ୍ କରିଥିବା ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୁଲିସ ଇନ୍ଦିରା କଲୋନୀର ଆଲୋକ ମହାକୁଡ଼(୨୫)କୁ ଗିରଫ କରିଛି । ଏ ସଂକ୍ରାନ୍ତରେ ବିଏନ୍ଏସ୍ର ୩୩/୧୦୯/୩(୫) ଧାରାରେ ୨୧୦/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ କଲେଜ ଛକ ଠାରେ ଲକ୍ଷ୍ମୀପ୍ରିୟା ବେହେରା କରିଥିବା ଏକ ବିରିୟାନୀ ଦୋକାନରେ ଇନ୍ଦିରା କଲୋନୀର ୪ଜଣ ଯୁବକ ଆଲୋକ ମହାକୁଡ଼, ପଙ୍କଜ ମହାକୁଡ଼ (୪୦), ଯଦୁମଣି ମହାକୁଡ଼ ଓ କିଷନ ମହାକୁଡ଼ (୩୦) ଜବରଦସ୍ତ ପଶି ତାଙ୍କ ସ୍ୱାମୀ ଶାନ୍ତନୁଙ୍କୁ ଧାରୁଆ ଛୁରୀରେ ମରଣାନ୍ତକ ଆକ୍ରମଣ କରି ଆହତ କରିବା ସହ ତାଙ୍କ ହତ୍ୟା ଉଦ୍ୟମ କରିଥିଲେ ।