ମା’ ଜଗତ ଜନନୀ ସେବାଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ
କେନ୍ଦୁଝର: ମା’ ଜଗତ ଜନନୀ ସେବାଟ୍ରଷ୍ଟ ପକ୍ଷରୁ ଜିଲ୍ଲାରେ ପାନୀୟ ଜଳର ବ୍ୟବସ୍ଥା, ଶିକ୍ଷାପାଇଁ ପ୍ରୋସôାହନ, ଧର୍ମାନୁଷ୍ଠାନର ବିକାଶ ସାଙ୍ଗକୁ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ଧାରାକୁ ବଜାୟ ଜାରୀ ରହିଥିବାବେଳେ, ଶୀତ ଦିନରେ ଗରିବ ଏବଂ ଅସହାୟଙ୍କୁ ମାଗଣାରେ ଶୀତବସ୍ତ୍ର ପ୍ରଦାନ କରାଯାଉଛି । ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ନିଦେ୍ର୍ଦଶକ୍ରମେ ଟ୍ରଷ୍ଟ ପକ୍ଷରୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଗରିବ ଏବଂ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଉଛି । ୧ ସପ୍ତାହ ମଧ୍ୟରେ ଏହି କାର୍ଯ୍ୟ ଶେଷ କରାଯବି ବୋଲି ଜଣାପଡିଛି । ଦରିଦ୍ର ରୋଗୀଙ୍କୁ ଚିକିସôାର ସୁବିଧା ଯୋଗାଇ ଆସିଥିବା ଏହି ସଂସ୍ଥା ଦେବପୀଠର ଉନ୍ନତି, ପାନୀୟ ଜଳର ବ୍ୟବସ୍ଥା, ଆମ୍ବୁଲାନ୍ସ ସେବା, ଶିକ୍ଷାର ବିକାଶ ପାଇଁ କାର୍ଯ୍ୟକରି ସାମାଜିକ ଦାୟିତ୍ୱବୋଧକୁ ଆପଣେଇ ଆସିଛି । ପରୋପକାର ପରି ଧର୍ମୀୟ ଭାବନାକୁ ଗୁରୁତ୍ୱ ଦେଇ ଚର୍ଚ୍ଚିତ ହୋଇଥିବା ମା’ଜଗତ ଜନନୀ ସେବାଟ୍ରଷ୍ଟ ଅଭାବୀ ଲୋକଙ୍କ ପାଇଁ ରାହା ଦେଖାଇବା ସହ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଜିଲ୍ଲାବାସୀଙ୍କ ମଙ୍ଗଳ ଏବଂ ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ମା’ ଜଗତ ଜନନୀ ସେବାଟ୍ରଷ୍ଟ ସର୍ବଦା ପ୍ରତିଜ୍ଞାବଦ୍ଧ ହୋଇ ରହିବ ବୋଲି ଟ୍ରଷ୍ଟର ସଦସ୍ୟ ତଥା ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ସଞ୍ଜିବ ବେହେରା ସୂଚନା ଦେଇଛନ୍ତି ।