ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ

 ବନ୍ତ : ସାରା ଦେଶରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଥିବା ବେଳେ ଏହା ପ୍ରଭାବରେ  ତାପ ମାତ୍ରା ବୃଦ୍ଧି ଯୋଗୁଁ ଜନ ଜୀବନ  ଅସ୍ତ ବ୍ୟସ୍ତହୋଇ ପଡିଛି । ଗଛ କାଟି ଦେବା ଫଳରେ ଲୋକ ମାନେ ଗରମ ଉତ୍ତାପରୁ ରକ୍ଷା ପାଇବା ପାଇଁ ବୃକ୍ଷହିଁ ଜୀବନ ଓ ବୃକ୍ଷ ରୋପଣ କରିବା ଆବଶ୍ୟକ ହୋଇଯାଇଛି । ଏ ନେଇ କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ବାର୍ତ୍ତାକୁ ଅନୁସରଣ କରୁଥିବା ଦେଖିବାକୁ ମିଳିଛି ବନ୍ତ ବ୍ଲକ, ଷେଣ୍ଢତିରା ପଞ୍ଚାୟତ ଆଳମଙ୍ଗା ବେଲମଳାଗ୍ରାମରେ । ରମେଶ ଚନ୍ଦ୍ର ଜେନା ଆଜି ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ସୁରୂପ ମା’ ଅର୍ଣ୍ଣପୂର୍ଣ୍ଣାଜେନାଙ୍କ ନାମରେ ଏକ ବଟ ବୃକ୍ଷ ଲଗାଇଥିଲେ । ପ୍ରାରମ୍ଭରେ ଏହି ଗଛ ଲଗା ପୂର୍ବରୁ ପୂଜକ ରମାକାନ୍ତ ପଣ୍ଡାଙ୍କ ଦ୍ୱାରା ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ ପୂର୍ବକ କର୍ତ୍ତା ରମେଶ ଚନ୍ଦ୍ର ଜେନା, ଇନ୍ଦୁମତୀ ଜେନା ହୋମ ଯଜ୍ଞ ସ୍ଥଳରେ ବସି ବଟ ବୃକ୍ଷକୁ ପୂଜା ଅର୍ଚ୍ଚନା ସହକାରେ ଏହି ଗଛକୁ ଲଗା ଯାଇଥିଲା । ଷ୍ଟାଲିନ କୁମାର ଜେନା, ଲେଲିନ କୁମାର ଜେନା, ସଂଗୀତା ପ୍ରଧାନ, ବେବିନା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ହେବା ଫଳରେ ଲୋକ ମାନେ ଅନୁପ୍ରାଣିତ ହୋଇ ଗଛ ଲଗେଇବାକୁ ଆଗଭର ହେବା ସହିତ ଯୁବ ପିଢ଼ି ଏହି ଭଳି ମହତ କାର୍ଯ୍ୟରେ ଆଗଭର ହେବା ଆବଶ୍ୟକ ବୋଲି ସମାଜସେବୀ ରମେଶ ଚନ୍ଦ୍ର ଜେନା କହିଥିଲେ । ଏହା ଦ୍ୱାରା ବାୟୁ ମଣ୍ଡଳ ଥଣ୍ଡା ରହିବା ସହିତ ପଥଚାରି ଜୀବଜନ୍ତୁ ଆଶ୍ରୟ ନେଇ ପାରିବେ ।