ମା' ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ

 ବ୍ରହ୍ମପୁର : ବ୍ରହ୍ମପୁର ସହରର ଦେବୀ ମା’ ବୁଢ଼ÿି ସାନ୍ତାଣୀ ଠାକୁରାଣୀଙ୍କ ଦେଶବ୍ୟାପୀ ପ୍ରସିଦ୍ଧ ଦ୍ୱିବାର୍ଷିକ ଉସôବ ଚଳିତ ବର୍ଷ ଅନୁଷ୍ଠିତ ହେଉଛି । ବ୍ରହ୍ମପୁରର ଦେଶୀବେହେରା ଷ୍ଟ୍ରିଟ୍ରେ ବେଦମ୍ ହାଉସ୍ ନିକଟରେ ଏକ ନିର୍ଦ୍ଦିିଷ୍ଟ ସ୍ଥାନରେ "ଶୁଭ ଖୁଣ୍ଟି' ସ୍ଥାପନ କରାଯିବ । ପ୍ରାଚୀନ କାଳରୁ ପ୍ରଥା ଏବଂ ପରମ୍ପରା ଅନୁଯାୟୀ, ପାରମ୍ପରିକ ସିଦ୍ଧାନ୍ତ ଅନୁସାରେ ଆସନ୍ତା୧୨ତାରିଖ (ବୁଧବାର) ରାତି ୯.୩୦ ରୁ ୨.୩୦ (ମଧ୍ୟ ରାତ୍ରି) ମଧ୍ୟରେ ଶୁଭ ଖୁଣ୍ଟି ସ୍ଥାପନ ପାଇଁ ଦିନ ସ୍ଥିର କରାଯାଇଛି । ଦ୍ୱିବାର୍ଷିକ ମହୋସôବର ଆୟୋଜକ ଏବଂ ଦେଶୀବେହେରା ଭାବରେ ଏହି ଉସôବ ପରିଚାଳନା କରିବେ । ଏହି କାର୍ଯ୍ୟକ୍ରମର ସଫଳତା ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କ ସଦୟ ସହଯୋଗ ଏବଂ ଆବଶ୍ୟକୀୟ ସାହାର୍ଯ୍ୟ ପ୍ରଦାନ କରିବାକୁ ନିବେଦନ କରାଯାଇଛି ।  ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମା’ ବୁଢ଼ÿି ସାନ୍ତାଣୀ ଠାକୁରାଣୀଙ୍କ ଆଶୀର୍ବାଦ ନେବାକୁ ଆମନ୍ତ୍ରଣ କରାଯାଇଛି ।