ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ବିଜେପି ଓବିଶି ମୋର୍ଚ୍ଚା

 ଭଦ୍ରକ : ଭଦ୍ରକରେ ଭାରତୀୟ ଜନତା ପାର୍ଟିର ଓବିଶି ମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ବିଜେପି ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ଓବିଶି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ୱାଳଙ୍କ ସମେତ ଓବିସି ମୋର୍ଚ୍ଚାର ଜିଲ୍ଲା ପ୍ରଭାରୀ ବୁଦ୍ଧଦେବ ଜେନା, ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡା, ବରିଷ୍ଠ ବିଜେପି ନେତା ବଦ୍ରୀନାରାୟଣ ଧଳ, ସୁଧାଂଶୁ ନାୟକ, ଅଶୋକ ପୁହାଣଙ୍କ ସମେତ ବହୁ ନେତା ଓ କର୍ମୀ ମାନେ ଯୋଗ ଦେଇଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ପୂର୍ବତନ ବିଜେଡି ସରକାରଙ୍କୁ ଚାରି ଥର ଚିଠି ମାଧ୍ୟମରେ ପଛୁଆ ବର୍ଗର ଲୋକମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ କହିଥିଲେ ମଧ୍ୟ ପୂର୍ବତନ ବିଜେଡି ସରକାର ଏହାକୁ ଲାଗୁ କରି ନ ଥିଲେ । ରାଜ୍ୟରେ ବିଜେପି ସରକାର ପ୍ରଥମ ଥର ପାଇଁ ସରକାରକୁ ଆସିବା ପରେ ପଛୁଆ ବର୍ଗର ଲୋକମାନଙ୍କ ପାଇଁ ୧୧.୨୫ % ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି । ଯାହା ଦ୍ୱାରା ପଛୁଆ ବର୍ଗର ଲୋକମାନେ ବିଶେଷ ଭାବେ ଉପକୃତ ହୋଇ ପାରିବେ । ଏପରିକି ଉଚ୍ଚ ଶିକ୍ଷା ବିଭାଗର ପାଠ ପଢା ଭଳି ଅନେକ କ୍ଷେତ୍ରରେ ଉପକୃତ ହୋଇ ପାରିବେ । ଏଥିପାଇଁ ଆଜି ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଥମ ଥର ପାଇଁ ଉଚ୍ଚଶିକ୍ଷା ବିଭାଗର ଲାଗୁ ହୋଇଥିବାରୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷେ କଂଗ୍ରେସ ଦଳ ଓ ବିଜେଡି ଦଳ ଉପରେ ବର୍ଷିଛନ୍ତି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି । ସେ କହିଛନ୍ତି ସେମାନଙ୍କ ସରକାର ଥିଲା ବେଳେ ଓ ବିସି ବର୍ଗ ଲୋକଙ୍କ ପାଇଁ କିଛି ବି ପଦକ୍ଷେପ ନେଇ ନ ଥିଲା ବେଳେ ଏବେ ୨୭ ପ୍ରତିଶତ ସଂରକ୍ଷଣ ଦାବି କରି କୁମ୍ଭୀର କାନ୍ଦଣା କାନ୍ଦିଲା ଭଳି ଲାଗୁଛି ବୋଲି କହିଛନ୍ତି ।