ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୂପୱନ୍ତ : ହସ୍ପିଟାଲ, ସ୍କୁଲ ଓ ଆଇଟି ପାର୍କ ପାଇଁ ପ୍ରସ୍ତାବ


 ଭୁବନେଶ୍ୱର :ଆଜି ଗୁଜରାଟ ଖଣିଜ ବିକାଶ ନିଗମ ଲିମିଟେଡର ପରିଚାଳନା ନିଦେ୍ର୍ଦଶକ ରୂପୱନ୍ତ ସିଂହ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ  ସାକ୍ଷାତ କରି ରାଜ୍ୟରେ ଏହାର କୋଇଲା ବ୍ଲକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି  । ସେହିପରି ଓଡିଶାରେ କେତେକ ପ୍ରକଳ୍ପ କରିବା ପାଇଁ ମଧ୍ୟ ପ୍ରସ୍ତାବ ରଖିଛନ୍ତି  । ବୈଠକରେ ଶ୍ରୀ ସିଂହ ଓଡିଶାରେ ଏକ ଆଧୁନିକ ଚିକିସôାଳୟ, ଦୁଇଟି ସ୍କୁଲ ଏବଂ ଏକ ଆଇଟି ପାର୍କ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବରେ ସନ୍ତୋଷ ପ୍ରକାଶ କରି ଏହା ରାଜ୍ୟର ବିକାଶରେ  ସହାୟକ ହେବ ବୋଲି ମତ ଦେଇଥିଲେ  । ଏହି ପ୍ରସ୍ତାବଗୁଡିକ ସମ୍ପର୍କରେ ଆଗାମୀ ଦିନରେ ଆହୁରି ଆଲୋଚନା କରାଯିବ ବୋଲି ବୈଠକରୁ ଜଣାଯାଇଛି  ।  ସୂଚନାଯୋଗ୍ୟଯେ, ଗୁଜରାଟ ଖଣିଜ ବିକାଶ ନିଗମ ଲିମିଟେଡ଼, ବୈତରଣୀ ୱେଷ୍ଟ ଓ ବୁରାପାହାଡ଼ କୋଇଲା ବ୍ଲକ ପରିଚାଳନାର ଦାୟିତ୍ୱ ନେଇଛି  । ବୈଠକରେ ଏହି ଦୁଇଟି ବ୍ଲକର ବର୍ତ୍ତମାନ ସ୍ଥିତି, ପ୍ରଗତି ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା ।