ମୃତକଙ୍କ ପରିବାରକୁ ଭେଟିଲେ ଭବ

ପାଣିକୋଇଲି: ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନରୁ ଗୋଡ଼ଖସି ମୃତୁ୍ୟ ବରଣ କରିଥିବା ଛାତ୍ର ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଅଶୋକ ଦାସ ଫାଉଣ୍ଡେସନର ମହାସଚିବ ଭବପ୍ରକଶ ଦାସ । ଭବ ପଥରପଦା ପଞ୍ଚାୟତ ଦାମୋଦରପୁର ଗ୍ରାମର ଭରତ ସାହୁଙ୍କ ଘରେ ପହଁଚି ଶୋକସନ୍ତପ୍ତ ପରିବାରକୁ ଭେଟିଥିଲେ । ସୂଚନା ଥାଉକି କେନ୍ଦ୍ରପଡାରେ ଇଂଜିୟରିଙ୍ଗ କରୁଥିବା ଧନଂଜୟ (୧୯)ଙ୍କ ମୃତୁ୍ୟ ହୋଲି ଖେଳଦିନ ପୋଖରୀରେ ବୁଡ଼ି ଘଟିଥିଲା ।