ମେଡିକାଲ କଲେଜ ଦାବିରେ ବିଜେଡିର ଆନେ୍ଦାଳନ
ରାଜକନିକା : ରାଜ୍ୟ ସରକାରଙ୍କ କେନ୍ଦ୍ରାପଡା ପ୍ରତି ଅବହେଳା ତଥା ବହୁ ପ୍ରତିକ୍ଷିତ ଜିଲ୍ଲାର ମେଡିକାଲ କଲେଜ ଏବେ ସୁଦ୍ଧା ପ୍ରତିଷ୍ଠା ନ କରାଇବା ପ୍ରତିବାଦରେ କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ ବିଧାୟକ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଆନେ୍ଦାଳନ ହୋଇଛି । ରାଜ୍ୟ ସରକାର ଇତି ମଧ୍ୟରେ ଏହି ନିକଟରେ ରାଜ୍ୟରେ ଅନ୍ୟ ୪ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି । ଏଥିରେ ବିଡମ୍ବନା କେନ୍ଦ୍ରାପଡାର ସ୍ଥାନ ନାହିଁ । ଗତ ବିଧାନସଭା ଅଧିବେଶନରେ ବିଧାୟକ ଗଣେଶ୍ୱର ବେହେରାଙ୍କ ଏ ସଂକ୍ରାନ୍ତିୟ ବିଭିନ୍ନ ପ୍ରଶ୍ନର ଉତର ରଖି ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ବା ଅନ୍ୟ ଯେଉଁଠି ବି ପ୍ରତିଷ୍ଠା ପାଇଁ ଏକ କମିଟି ତିଆରି କରାଯାଇଛି ଓ ଏହାର ସୁପାରିଶ କ୍ରମେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି କହିଥିଲେ । କନ୍ତୁ ଦୁଃଖ ଓ ଅନୁତାପର ବିଷୟ କି ଏହି କମିଟି କେବେ ବୈଠକ କଲା ଓ କେଉଁ କେଉଁ ଜିଲ୍ଲା ନାମ ସୁପାରିଶ କଲା । କେଉଁ ଆଧାରରେ କଲା ତାହା ସନେ୍ଦହ ଘରରେ । କେନ୍ଦ୍ରାପଡାକୁ କାହିଁକି ଅଣଦେଖା କରାଗଲା ତାହାର ଉତ୍ତର କେନ୍ଦ୍ରାପଡାବାସୀ ଚାହୁଁଛନ୍ତି । ବିଧାୟକ ଗଣେଶ୍ୱର ବେହେରା ନିଜ ବକ୍ତବ୍ୟରେ ଏହିସବୁ କଥା ରଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ସାମିଲ୍ ହୋଇ ରାଜ୍ୟ ସରକାରଙ୍କ ଏପରି ବୈମାତୃକ ମନୋଭାବକୁ ଘୋର୍ ନିନ୍ଦା କରିବା ସହ ଆଗାମୀ ଦିନରେ ଆନେ୍ଦାଳନକୁ ଆହୁରି ତୀବ୍ରତର କରାଯିବ ବୋଲି କହିଥିଲେ । ଏହାସହ ସେମାନେ କହିଥିଲେ ଏ ଲଢେଇ କେନ୍ଦ୍ରାପଡାର ସ୍ୱାଭିମାନ ପାଇଁ କେନ୍ଦ୍ରାପଡାର ଅସ୍ମିତା ପାଇଁ । ବିଜୁ ଜନତା ଦଳ କେନ୍ଦ୍ରାପଡାର ବିକାଶ ପାଇଁ ସର୍ବଦା ଚେଷ୍ଟିତ । କେନ୍ଦ୍ରାପଡାବାସୀଙ୍କ ସ୍ୱାର୍ଥ ପ୍ରତି ବିଜେଡି ସର୍ବଦା ସଚେତନ । ଜିଲ୍ଲା ବିଜେଡି ସଭାପତି ଧିରେନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ପରିଷଦର ସଭାପତି ଲିଲିତା ଦାସ, ପୌରାଧ୍ୟକ୍ଷା ସରିତା ସାହୁ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ଉପାଧ୍ୟକ୍ଷା ଆକବରୀ ଖାତୁନ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ରୋସ୍ନା ସାହୁ, ବ୍ଲକ ସଭାପତି ଆଲୋକ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ମହାନ୍ତି, ଦୁର୍ଗାଶିଷ ମହାନ୍ତି, ଶିବ ପ୍ରସାଦ ଭଳ, ବ୍ଲକ ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ଜିନତ ପ୍ରିୟଦର୍ଶିନୀ, ପ୍ରଦୁ୍ୟମ୍ନ ଜେନା, ମୁକ୍ତାର ଖାଁ, ସଙ୍ଗମ ସାମଲ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ନଗର ସଭାପତି ଯଯାତି କେଶରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।