ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତିରାଶି

 ବେତନଟୀ: ସ୍ୱର୍ଗତ ବା‚ାନିଧି ରଥ ଓ ସ୍ୱର୍ଗତ ଶୈଳବାଳା ରଥଙ୍କ ସ୍ମୃତିରେ ତାଙ୍କ ସୁପୁତ୍ର, ପୂର୍ବତନ ବିଦୁ୍ୟତ୍ ବିଭାଗ ଅଧିକାରୀ ତିର୍ଥବାସୀ ରଥ ଏବଂ ପୁତ୍ରବଧୂ ସ୍ନେହଲତା ରଥ ନିଜ ସପରିବାରଙ୍କର ସହ ତୃତୀୟ ଓ ପଞ୍ଚମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତିରାଶି, ପ୍ରମାଣ ପତ୍ର ଓ ପଦକ ପ୍ରଦାନ କରାଯାଇଛି  । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଜୟନ୍ତ ପଟ୍ଟନାୟକ, ବେତନଟୀ ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିାକାରୀଣି ଅପର୍ଣ୍ଣା ସାହୁଙ୍କ ସମେତ ମେଧାବୀ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ପିଲାଙ୍କ ମନରେ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦେ୍ଦଶ୍ୟରେ ସେମାନଙ୍କ ସ୍ମୃତିରେ ଏହି ପ୍ରୋତ୍ସାହନ ରାଶି ଦିଆଯାଉଥିବା ତୀର୍ଥବାସୀ ସୂଚନା ଦେଇଛନ୍ତି । ଏହି ବର୍ଷ ତୀର୍ଥବାସୀଙ୍କ ପକ୍ଷରୁ ମେଧାବୃତ୍ତି ରାଶିକୁ ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଥିଲେ । ଏଥରବ୍ଲକ୍ର ପଞ୍ଚମ ଶ୍ରେଣୀରେ ୧ମ ହୋଇଥିବା ମେଧାବୀ ଛାତ୍ରଙ୍କୁ ୪ହଜାର ଟଙ୍କା, ୨ୟ ହୋଇଥିବା ଛାତ୍ରଙ୍କୁ ୩୫୦୦ଟଙ୍କା, ୩ୟ ଶ୍ରେଣୀର ପ୍ରଥମ ହୋଇଥିବା ଛାତ୍ରଙ୍କୁ ୨୫୦୦ ଟଙ୍କା ଏବଂ ୨ୟ ହୋଇଥିବା ଛାତ୍ରଙ୍କୁ ୨୦୦୦ ଟଙ୍କାକୁ ବୃତ୍ତିରାଶି ବୃଦ୍ଧି କରାଯାଇଛି । ସେହିପରି ୨୦୨୪-୨୫ ଶିକ୍ଷା ବର୍ଷର କୃତୀ ଛାତ୍ରଛାତ୍ରୀମଧ୍ୟରେ ବେତନଟୀ ବ୍ଲକ୍ ତୃତୀୟ ଶ୍ରେଣୀର ପ୍ରଥମ ସ୍ଥାନ ପାଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ବଣଦାମଦରପୁରର ଶୁଭ ପ୍ରକାଶ ପତି, ଦ୍ୱିତୀୟ ସ୍ଥାନ ପାଇଥିବା ସରକାରୀ ପ୍ରାଥମିକ ସ୍କୁଲ କାଳିକାପଦାର ଜ୍ଞାନରଞ୍ଜନ ସାମଲ, ପଞ୍ଚମ ଶ୍ରେଣୀରେ ପ୍ରଥମ ସ୍ଥାନ ପାଇଥିବା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗଡ଼ଦେଉଳିଆର ଶୁଭଶ୍ରୀ ନାଥ, ଦ୍ୱିତୀୟ ସ୍ଥାନ ପାଇଥିବା ସରକାରୀ ପ୍ରାଥମିକ ସ୍କୁଲ ଭୁଡୁରୁବଣିର ଦେବସ୍ମିତା ମହାନ୍ତଙ୍କୁ ପ୍ରୋତ୍ସାହନ ରାଶି ସହ ପଦକ ଓ ପ୍ରମାଣପତ୍ର ଦିଆଯାଇଥିଲା । ବୃତ୍ତିରାଶି ପ୍ରଦାନ ସମୟରେ ତୀର୍ଥବାସୀଙ୍କ ସ୍ତ୍ରୀ, ସ୍ନେହଲତା ରଥ, ଭାଇ ମନରଞ୍ଜନ ରଥ, ଜ୍ଞାନ ରଞ୍ଜନ ରଥ ପ୍ରମୁଖ ଉପସ୍ଥିତଥିଲେ ।