ମୋବାଇଲ ଚୋର ଗିରଫ
ପୁରୀ : ସମୁଦ୍ରକୂଳ ଥାନା ପୋଲିସ ଜଣେ ମୋବାଇଲ ଚୋରକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ସିଟି ରୋଡ଼ର ମାନସ ବିଶ୍ୱାଳ (୨୫) । ଏ ସଂକ୍ରାନ୍ତରେ ବିଏନ୍ଏସ୍ର ୩୦୯(୪) ଧାରାରେ ୧୨୩/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଠାରୁ ୨ଟି ମୋବାଇଲ ଜବତ କରାଯାଇଛି । ବାଙ୍କିମୁହାଣ ଗଉଡ଼ ସାହିର ରୂପା ଦେବନାଥ (୨୫) ଅର୍ବାନ ହାଟ ନିକଟରେ ଯାଉଥିବା ବେଳେ ଗୋପାଳ ତାଙ୍କୁ ଧକ୍କା ମାରି ତାଙ୍କ ମୋବାଇଲଟି ଛଡ଼ାଇ ନେଇଥିବା ଅଭିଯୋଗ ହୋଇଥିଲା । ସେହିପରି ଜଣେ ମୋବାଇଲ ଚୋରକୁ ଗିରଫ କରିଛି କୁମ୍ଭାରପଡ଼ା ଥାନା ପୋଲିସ । ଏ ସଂକ୍ରାନ୍ତରେ ବିଏନ୍ଏସ୍ର ୩୦୩(୨) ଧାରାରେ ୨୧୬/୨୦୨୫ ନମ୍ବର ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତର ନାମ ରାଜେଶ ଜେନା (୨୬) । ବ୍ରହ୍ମଗିରି ଥାନା ଅନ୍ତର୍ଗତ ନହରପଦାରେ ବୋଲି ଜଣାଯାଇଛି । ଜିଲ୍ଳା ଯକ୍ଷ୍ମା ଚିକିତ୍ସାଳୟରେ ଆମ୍ବୁଲାନ୍ସ ରଖି ଡ଼୍ରାଇଭର ସୁବ୍ରତ ସ୍ୱାଇଁ (୨୫) ଶୋଇପଡ଼ିଥିବା ବେଳେ ରାଜେଶ ତାର ର୨ଟି ମୋବାଇଲ ଚୋରି କରିନେଇଥିଲା । ସୁବ୍ରତ ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ରାଜେଶକୁ ଗିରଫ କରିଛି । ରାଜେଶ ଠାରୁ ୨ଟି ମୋବାଇଲ ଫୋନ୍ ଜବତ କରାଯାଇଛି ।