ମୌଳିକ କର୍ତ୍ତବ୍ୟ ନେଇ ସଚେତନତା କାର୍ଯ୍ୟକ୍ରମ

 ଜଗତସିଂହପୁର: କଣ୍ଟାପଡା ସ୍ଥିତ ପ୍ରାଣକୃଷ୍ଣ ସ୍ମୃତି ବିଦ୍ୟାପୀଠରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରାଧିକରଣ ସଚିବଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ, ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ପସ୍ଥିତଥିଲେ । ଛାତ୍ରୀମାନେ ‘ବନେ୍ଦ ଉକôଳ ଜନନୀ’ ଗାନ କରିଥିଲେ  । ଏହା ପରେ ପ୍ରଧାନଶିକ୍ଷକ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାଧିକରଣ ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସ୍ୱର୍ଣ୍ଣ ସିଂହ କମିଟିର ସୁପାରିସ କ୍ରମେ ୧୯୭୬ ମସିହାରେ ଭାରତୀୟ ସମ୍ବିଧାନର ୪୨ ତମ ସଂଶୋଧନରେ ସମ୍ବିଧାନର ଧାରା ୫୧ ରେ ମୌଳିକ କର୍ତ୍ତବ୍ୟକୁ ପ୍ରଚଳନ କରାଯାଇଥିଲା । ଭାରତୀୟ ସମ୍ବିଧାନରେ ୧୧ ଟି ମୌଳିକ କର୍ତ୍ତବ୍ୟ ଅଛି । ପ୍ରତେକ ଭାରତୀୟ ନାଗରିକ ଏହି କର୍ତ୍ତବ୍ୟକୁ ପାଳନ କରିବା ଉଚିତ୍ । ଉପ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ମୌଳିକ କର୍ତ୍ତବ୍ୟର ବିଭିନ୍ନ ଦିଗ ବିଷୟରେ ସଚେତନ କରିଥିଲେ  ।