ଯାଜପୁର ରୋଡ଼ ମେଡ଼ିକାଲ ଅଧିକାରୀ ନିଲମ୍ବିତ
ବ୍ୟାସନଗର : କେନ୍ଦୁଝର ଜିଲାର ସାଇଁକୁଳ ମେଡ଼ିକାଲରୁ ବଦଳି ହୋଇ ଯାଜପୁର ରୋଡ଼ ମେଡ଼ିକାଲ ଅଧିକାରୀ ଭାବେ ଯୋଗ ଦେଇଥିବା ଡ଼ାକ୍ତର ରଂଜିବ ରାଉତଙ୍କୁ ସରକାର ନିଲମ୍ବିତ କରିଛନ୍ତି । ନିଲମ୍ବନର କାରଣ ଅସ୍ପଷ୍ଟ ଥିବା ଜଣାପଡ଼ିଛି । ଏନେଇ ଜିଲା ସ୍ୱାସ୍ଥ୍ୟ ଅଧିକାରୀ ବିଜୟ କୁମାର ମିଶ୍ରଙ୍କୁ ପଚାରିବାରେ ସେ ଏହାକୁ ସ୍ୱିକାର କରିଥିବା ବେଳେ କୈାଣସି ନିଦ୍ଧିଷ୍ଟ କାରଣ ଦର୍ଶାଯାଇନି । ସୂଚନା ଥାଉକି ଡ଼ାକ୍ତର ରାଉତ ଯାଜପୁର ରୋଡ଼ ମେଡ଼ିକାଲରେ ଯୋଗ ଦେବା ପୂର୍ବରୁ ବାଦ ବିବାଦ ମଧ୍ୟରେ ଫସିଥିଲେ । କହ୍ନେଇପୁର ଠାରେ ତାଙ୍କ ପତ୍ନୀଙ୍କ ସଂଚାଳନରେ ଚାଲୁଥିବା ଇଶା ପାଥୋଲାବରେ ବେଆଇନ ଭାବେ ଭ୍ରୁଣ ଚିହ୍ନଟ କରାଯାଉଥିବା ଅଭିଯୋଗରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇ ସିଲ୍ କରାଯାଇଥିଲା । ଯାହାକୁ ନେଇ ସଂପୃକ୍ତ ଡ଼ାକ୍ତର ଚର୍ଚ୍ଚାକୁ ଆସିଥିଲେ ।