ଯୁଗ୍ମ ଅଭିଯୋଗ ଶୁଣାଣି

 ରାୟଗଡା : ରାମନାଗୁଡା ବ୍ଲକ୍ ସଦଭାବନା ସଭାଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ନିଦେ୍ର୍ଦଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ବନଖଣ୍ଡ ଅଧିକାରୀ ସଚିନ ଆନ୍ନା ସାହେବ ଓହଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୁ୍ୟଲ ଧର, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ରାୟଗଡ ଅକ୍ଷୟ ଖେମୁଣ୍ଡୁ, ଗୁଣପୁର ଉପଜିଲ୍ଲାପାଳ କିରନଦୀପ କୌର ସହୋତା, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଭି ସରୋଜିନୀ ଦେବୀ, ରାମନାଗୁଡା ବ୍ଲକ୍ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ଯୋଗଦେଇ ଅଭିଯୋଗ ଶୁଣାଣୀ କରିଥିଲେ । ମୋଟ ୫୬ଟି ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ, ସେଥିରୁ ୪୯ଟି  ବ୍ୟକ୍ତିଗତ, ୭ଟି ସାମୂହିକ ଦରଖାସ୍ତ ପଞ୍ଜିକରଣ ହୋଇଥିଲା । ଓଡିଶା ଜୀବିକା ମିଶନ ପକ୍ଷରୁ ଘୁଷୁରୀ, ଛେଳି, କୁକୁଡ଼ା ପାଳନ ନିମନ୍ତେ କାର୍ଯ୍ୟାଦେଶ, ଫଳଚାଷ ନିମନ୍ତେ ଶଷ୍ୟ ବାବଦକୁ ଆର୍ଥିକ ସହାୟତା ଆଦି ଅତିରିକ୍ତ ଜିଲ୍ଲାପାଳ ବଣ୍ଟନ କରିଥିଲେ ।
ଅନ୍ୟ ଅଭିଯୋଗକୁ ତଦନ୍ତ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ଦରଖାସ୍ତ ପ୍ରଦାନ କରିବା ସହ ଗ୍ରହଣ କରିଥିବା ପଦକ୍ଷେପର ବିବରଣୀ ଜିଲ୍ଲାପାଳଙ୍କ ଅବଗତ ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ । ଅଭିଯୋଗରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତା ବେହେରା, ଅବକାରୀ ନିରୀକ୍ଷକ ଧଳସାମନ୍ତ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଲିଡ୍ ବ୍ୟାଙ୍କ ଅଧିକାରୀ ଦେବେନ୍ଦ୍ର ବାଉରୀଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଉପଖଣ୍ଡସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୁ୍ୟମ୍ନ ମଣ୍ଡଳଙ୍କ ତତ୍ୱାବଧାନରେ ଅନୁଷ୍ଠୀତ ଶୁଣାଣି କାର୍ଯ୍ୟକ୍ରମରେ ରାମନାଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ରାମନାଗୁଡା ଥାନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ସହକାରି ଜିଲ୍ଲାପାଳ ସସ୍ମିତା ପଟ୍ଟନାୟକ, ରାଜସ୍ୱ ସହାୟକ ଅଚୁ୍ୟତାନନ୍ଦ ଲିମା କନିଷ୍ଠ ରାଜସ୍ୱ ସହାୟକ ଲୋପାମୁଦ୍ରା ଶିବିର ପରିଚାଳନା  କରିଥିଲେ ।