ଯୁବ ବିଜେଡି ନେତାଙ୍କ ପରଲୋକ
ତିହିଡି : ତିହିଡି ବ୍ଲକ ଅଧିନ ନୂଆନନ୍ଦ ପଞ୍ଚାୟତର ଯୁବ ବିଜେଡି ନେତା ଶମ୍ଭୁନାଥ ମୁଦୁଲିଙ୍କର ପରଲୋକ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । କିଛି ଦିନ ହେଲା ସେ କିଡ୍ନୀ ରୋଗରେ ପୀଡିତ ଥିଲେ । ହଠାତ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ତାଙ୍କୁ ଭଦ୍ରକ ଜିଲା ଚିକିିତ୍ସାଳୟ ନିଆଯାଉଥିବା ବେଳେ, ରାସ୍ତାରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ତାଙ୍କର ସ୍ତ୍ରୀ ଓ ଜଣେ ଶିଶୁ କନ୍ୟା ଅଛନ୍ତି । ତାଙ୍କ ମୃତୁ୍ୟ ଖବର ପାଇବା ପରେ ପୂର୍ବତନ ରାଜେନ୍ଦ୍ର ଦାସ, ସରପଞ୍ଚ ନିହାରିକା ବିଶ୍ୱାଳ, ସମିତି ସଭ୍ୟ ଭକ୍ତହରି ମଲିକ, ରଘୁନାଥ ମଲିକ, ମିଟୁ ମହାପାତ୍ର, ଶରତ ମଲିକ, ବାବାଜୀ ମଲିକ. ଭାଗିରଥି ବୈୟାରୀ, ଅକ୍ଷୟ ଦାସ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚô ତାଙ୍କର ଶେଷ ଦର୍ଶନ କରିଛନ୍ତି ।