ଯୋଗାଣ ଅଧିକାରୀଙ୍କୁ ସମ୍ବର୍ଦ୍ଧନା 

 କେନ୍ଦ୍ରାପଡା : ଓସ୍ତପୁର କୃଷି ସମବାୟ ସମିତି ପକ୍ଷରୁ ଜିଲ୍ଲା ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ସମିତି ସଭାପତି ପ୍ରଦୁ୍ୟମ୍ନ ଜେନା, ସମ୍ପାଦକ ପ୍ରେମାଞ୍ଜନ ସାହୁ ଓ ନିଦେ୍ର୍ଦଶକମାନେ ସମ୍ବର୍ଦ୍ଧନା ଦେଇଛନ୍ତି । ଚଳିତ ବର୍ଷ ଧାନ ସଂଗ୍ରହରେ ଯୋଗାଣ ଅଧିକାରୀ ଶ୍ରୀ ସାହୁ ସମିତିକୁ ଆବଶ୍ୟକ ମୁତାବକ ଧାନ ସଂଗ୍ରହ କରିବାପାଇଁ ଟାର୍ଗେଟ୍ ପ୍ରଦାନ କରିଥିବାରୁ ପଞ୍ଜିକରଣ ଚାଷୀମାନେ ସୁରୁଖୁରୁରେ ସେଠାରେ ଧାନ ବିକ୍ରୟ କରିପାରିଥିବାରୁ ଶ୍ରୀ ସାହୁଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଛି । ସମ୍ବର୍ଦ୍ଧନା ସଭାରେ କନକଲତା ସ୍ୱାଇଁ, ସଦସ୍ୟ ପ୍ରଫୁଲ୍ଲ ରାଉତ, ଶରତ ଦାସ, କୈଳାସ ଚନ୍ଦ୍ର ବେହେରା, ପ୍ରମୋଦ ଚନ୍ଦ୍ର ରାଉତରାୟ, ନମିତା ରାଉତ, ଲଲାତେନ୍ଦୁ ମହାପାତ୍ର, କବିଚନ୍ଦ୍ର ବିଶ୍ୱାଳ, ପ୍ରଶାନ୍ତ କୁମାର ବେହେରା, ବଂଶୀଧର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।