ଯୋଗାଣ ବିଭାଗ ଛତ୍ରଛାୟା ତଳେ ଅଯୋଗ୍ୟ ହିତାଧିକାରୀ : ବଜାରରେ ମିଳୁଛି ଏଫ୍ଆରକେ ଚାଉଳ

 କାକଟପୁର:  ରଜ୍ୟ ସରକାର ରାସନ୍ରେ ସ୍ୱଚ୍ଛତା ଆଣିବାକୁ ଅନେକ ଗାଇଡଲାଇନ ଆଣିଛନ୍ତି କିନ୍ତୁ ତାହା କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି ତାହା ଧର୍ମକୁ ଆଖିଠାର ପରି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ କିନ୍ତୁ ଦିନକୁ ଦିନ ଏହାର ଦୁର୍ନିତିର ଚିଠା ଲମ୍ଭିବାରେ ଲାଗିଛି । କେତେବେଳେ ଚାରା ଦୁର୍ନିତି ତ କେତେବେଳେ ଭତ୍ତା ଦୁର୍ନିତି କିନ୍ତୁ ଏବେ ଆମ ନଜରକୁ ଆସିଚି ରାସନ୍ କାର୍ଡ ଦୁର୍ନିତି ଉପରେ । ଅସ୍ତରଙ୍ଗ ବ୍ଲକରେ ରାସନ୍ କାର୍ଡର ଦୁର୍ନିତି ସୀମା ଟପିବାରେ ଲାଗିଛି । ସ୍ୱାମୀ ସ୍ତ୍ରୀ ର ମୂଲ୍ୟବାନ ସମ୍ପର୍କ କୁ ଅଲଗା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି କାରଣ ଏହା କି ସ୍ୱାମୀଙ୍କ ନାମ ରାସନ୍ କାର୍ଡରେ ଥାଇ ମଧ୍ୟ ସ୍ତ୍ରୀଙ୍କ ନାମରେ ଆଉ ଏକ ରାସନ୍ କାର୍ଡ ଯୋଗାଇ ଦେଇଛନ୍ତି ବ୍ଲକ୍ ଯୋଗାଣ ବିଭାଗ ଅଧିକାରୀ  ।
ସରକାରଙ୍କ ନିୟମ ଅନୁସାରେ ଯେଉଁ ପରିବାରର ଚାରିଚକିଆ ଯାନ କି ଭାରି ଯାନ ନଥିବ, ୩ ବଖରା ଠାରୁ ଅଧିକ ଛାତ ଘର ହୋଇନଥିବ, ସରକାରୀ ଚାକିରି କରି ନଥିବେ, ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବେ ୧୦ ହଜାରରୁ ଅଧିକ ବେତନ ପାଉ ନଥିବେ, ୨ କିଲୋୱାଟରୁ ଅଧିକ ବିଦୁତ୍ ସଂଯୋଗ ଓ ୩୦୦ ୟୁନିଟ୍ରୁ ଅଧିକ ବିଦୁତ୍ ଶକ୍ତି ବେବହାର କରୁ ନଥିବେ, ଚାଷ ଜମି ଥିବ ସେମାନଙ୍କୁ ରାସନ୍ କାର୍ଡ ଯୋଗାଇ ଦିଆଯିବ । ଏବଂ ଯେଉଁମାନଙ୍କର ଏ ସବୁ ଥିବ ସେମାନଙ୍କୁ ରାସନ୍ କାର୍ଡ ଦିଆଯିବ ନାଇ । ପରିବାରରେ ଯଦି ସ୍ୱାମୀଙ୍କର ରାସନ୍ କାର୍ଡ ଥାଏ ତେବେ ସେଥିରେ ତାଙ୍କ ସ୍ତ୍ରୀ ଙ୍କୁ ଯୋଗ କରାଯିବ ସେ ନୂତନ କାର୍ଡ ପାଇ ପାରିବେ ନାଇ କିନ୍ତୁ ଅସ୍ତରଙ୍ଗରେ ଏହାର ବେତିକ୍ରମ୍ ଦେଖିବାକୁ ମିଳିଛି । ସ୍ୱାମୀଙ୍କ ଗୋଟେ ଏବଂ ସ୍ତ୍ରୀଙ୍କର ଅନ୍ୟ କାର୍ଡ ଦେଖିବାକୁ ମିଳିଛି । ଯୋଗାଣ ବିଭାଗଙ୍କ ସହ ଯୋଗାଯୋଗ କରିଥିଲୁ କିନ୍ତୁ ସେ କହିଥିଲେ ଯେହେତୁ ଏବେ କାର୍ଡରେ ଯୋଗ ବନ୍ଦ ଅଛି ସେମାନଙ୍କର ନୂତନ କାର୍ଡ ହେଇପାରିବ । ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ମଧ୍ୟ ସରକାରଙ୍କ ନିଦେ୍ର୍ଦଶ ରହିଛି କିନ୍ତୁ, ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ବଦଳରେ ଏଠି ଅଯୋଗ୍ୟଙ୍କୁ ଯୋଗାଇଦିଆଯାଉଛି ରାସନ୍ କାର୍ଡ । ସେମାନେ ରାସନ୍ ସାମଗ୍ରୀ ପାଉଛନ୍ତି ସତ କିନ୍ତୁ ତାକୁ ନେଇ ବଜାରରେ ବିକ୍ରି କରୁଛନ୍ତି । ଏ ନେଇ ଯୁବ ଯୁବ ଚାରିଟେବୁଲ୍ ଟ୍ରଷ୍ଟ ସମ୍ପାଦକ ବିଶ୍ୱଜିତ୍ ବିଶ୍ୱାଳ ଆରଟିଆଇ ମାଗିବା ସହିତ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।